Friday, October 30, 2026
Latestରାଜନୀତି

୩୦ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି

ପାଟଣା() ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା। ଇସ୍ତାହାର ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହା ସହ ଇସ୍ତାହାରରେ ପ୍ରକାଶ ପାଇଛି ଯେ, ବିହାରରେ ଜିଡିପି ୨ ଗୁଣ, ୧୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦରଭଙ୍ଗାରେ AIIMS ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଛି BJP । ୩୦ ଲକ୍ଷ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଛି। ଦୁଗ୍ଧ ଉତ୍ପାଦନ ପାଇଁ ୧୫ ୟୁନିଟ୍‌ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି ।

Share

Leave a Reply

Your email address will not be published. Required fields are marked *

1 × 5 =