Friday, October 30, 2026
Latestରାଜ୍ୟ

ଜିଲ୍ଲାବାସୀଙ୍କୁ ଆଉ ଥରେ ଜିଲ୍ଲାପାଳଙ୍କ ଅପିଲ

ବ୍ରହ୍ମପୁର () ଗଞ୍ଜାମରେ କିଛି ସପ୍ତାହ ହେଲା କରୋନା ସଂକ୍ରମଣ ସଂଖ୍ୟା ଦିନ ହେବ କମିବାରେ ଲାଗିଛି। କିଛି ଦିନ ପୂର୍ବରୁ  ରେଡ଼ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ପରେ ସଂକ୍ରମଣ ଗ୍ରାଫ ତଳକୁ ମୁହାଁ ହୋଇଛି। କିନ୍ତୁ କରୋନା ସ୍ଥିତି ଏବେ ବି ସୁଧୁରି ନାହି । ତେଣୁ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବ ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନେଇଛନ୍ତି । ଏହି ପ୍ରରିପେକ୍ଷୀରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ ଟ୍ୱିଟ୍‌ ଅନୁସାରେ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସେ ଜିଲ୍ଲାବାସୀଙ୍କୁ ଆଉ ଥରେ ଅପିଲ କରିଛନ୍ତି । ସେହିପରି ଅଟୋ ,ବସ୍ କିମ୍ବା ଅନ୍ୟ କୌଣସି ଯାନବାହାନରେ ଯାତ୍ରୀ କରୁଥିବା ବେଳେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି । ଯଦି କୌଣସି ଯାତ୍ରୀ ଏହାର ଖିଲାପୀ କରିବେ , ତେବେ ସଂପୃକ୍ତ ଯାନର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା । ଏନେଇ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Share

Leave a Reply

Your email address will not be published. Required fields are marked *

nineteen + 19 =