Friday, October 30, 2026
Latestରାଜ୍ୟ

କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ନିରାପତାକୁ ସୁନିଶ୍ଚିତ କରିଛନ୍ତି ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ () ଦେଶର କରୋନା ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଏଥିପାଇଁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ନେଇ ଦେଶର କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ନିରାପତାକୁ ପ୍ରଧାନମନ୍ତ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଭାରତ କୋଭିଡ-୧୯ ଜରୁରୀକାଳୀନ ପାଣ୍ଠି ଏବଂ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ପରିଚାଳନା ପାଇଁ ୧୫ ହଜାର କୋଟି କ୍ୟାବିନେଟର ଅନୁମୋଦନ ନିଷ୍ପତିକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି ।

ଏହି ଅର୍ଥ କରୋନା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରିବା ସହ ଦେଶ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅର୍ଥରୁ ୪ ହଜାର ୧୧୩ କୋଟି ଟଙ୍କା ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପାଇଁ ମଞ୍ଜୁରି ହୋଇସାରିଥିବା ବେଳେ ୭ ହଜାର ୭୭୪ କୋଟି ଟଙ୍କା ଜରୁରୀକାଳୀନ ପାଣ୍ଠିକୁ ଯିବ ଏବଂ ବଳକା ଅର୍ଥ ମଧ୍ୟକାଳୀନ ସହଯୋଗ ତଥା ୧ରୁ ୪ ବର୍ଷ ପାଇଁ ମିଶନ ମୋଡରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସହ ଲଢେଇ କରୁଥିବା ଆଗଧାଡିର ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହ ଦେଶ କାନ୍ଧକୁ କାନ୍ଧ ମିଳାଇ ଛିଡାହୋଇଛି । ନିଜ ଜୀବନକୁ ବିପଦରେ ପକାଇ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ସୁସ୍ଥ ଭାରତ ଗଠନ ପାଇଁ ଦିନରାତି କାମ କରୁଛନ୍ତି । କରୋନା ଯୋଦ୍ଧାଙ୍କୁ ଯେତେ ଧନ୍ୟବାଦ ଦେଲେ ବି ଯଥେଷ୍ଟ ନୁହେଁ । ତେଣୁ ଦେଶର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମର୍ଥନ ଦେବା ସହ ସେମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟରେ ଲଢିବା ପାଇଁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣ ମାନଙ୍କୁ ଆହ୍ୱାନ କରିଛନ୍ତି । ସମସ୍ତେ ଏକାଠୀ ହୋଇ ଏହି ମହାମାରୀ ଚ୍ୟାଲେଞ୍ଜକୁ ଦୂର କରିପାରିବା ବୋଲି ସେ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ୍ତର, ମେଡିକାଲ କର୍ମଚାରୀ, ଆଶା କର୍ମୀ ଏବଂ ଅନ୍ୟ ସମସ୍ତ ଆଗଧାଡିର ଯୋଦ୍ଧାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ମହାମାରୀ ରୋଗ ଅଧିନିୟମ,୧୯୮୭ରେ ସଂଶୋଧନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହି ଅଧିନିୟମରେ ଥିବା କଠୋର ବ୍ୟବସ୍ଥା ଦେଶର ସ୍ୱାସ୍ଥ୍ୟ କର୍ମଚାରୀ ତଥା ସେମାନଙ୍କର ବାସଗୃହ ଓ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ସୁରକ୍ଷା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବାରୁ ଭାରତୀୟ ମେଡିକାଲ ସଂଘକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତିା ସ୍ୱାସ୍ଥ୍ୟ କର୍ମୀଙ୍କ ସେମାନଙ୍କୁ ସୁରକ୍ଷାଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତିା

Share

Leave a Reply

Your email address will not be published. Required fields are marked *

one × two =