Friday, October 30, 2026
Latestରାଶିଫଳ

ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଦିନ …

ମେଷ– ସୁଯୋଗର ଉପଯୋଗ କରି ପାରନ୍ତି। ଶ୍ରମ ସାର୍ଥକ ହୋଇପାରେ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଶୁଭ ରଙ୍ଗ ପିଙ୍କ୍। ଶୁଭଅଙ୍କ ୨।

ବୃଷ– କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।

ମିଥୁନ – ଭଲ ରୋଜଗାର ହେବାର ସୂଚନା ମିଳୁଛି। ଜନ ସଂପର୍କ ବୃଦ୍ଧି ପାଇବ। କାର୍ୟ୍ୟରେ ସଫଳତା ଲାଭ କରିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୬।

କର୍କଟ– ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ। ଅନାଦର ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅର୍ଥ ଟାଣ-ଟୁଣ ରହିବ। କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୯।

ସିଂହ – ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ। ସୁଖକର ଘଟଣାମାନ ଘଟିପାରେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁସମୟ ଅନୁକୂଳର ହିଛି। ଶୁଭ ରଙ୍ଗ ଗ୍ରୀନ। ଶୁଭ ଅଙ୍କ ୪।

କନ୍ୟା – ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ। ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୭।

ତୁଳା– ଧନ ସମ୍ପଦ ଲାଭର ସୂଚନା ମିଳୁଛି। ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୩।

ବିଛା–ଯେକୌଣସି କାର୍ୟ୍ୟ କଲେ ବି, ସେଥିରେ ସଫଳତା ପାଇଁ ବହୁ ଚେଷ୍ଟା କରିବାକୁ ହେବ। ପରିଶ୍ରମର ମୂଲ୍ୟ ମିଳିବ। ସନ୍ତାନ ସୁଖ ପ୍ରାପ୍ତ କରିବେ। କେତେକ କ୍ଷେତ୍ରରେ ଭୁଲ-ବୁଝାମଣାର ବଶ ବର୍ତ୍ତୀ ହୋଇପାରନ୍ତି। ଶୁଭ ରଙ୍ଗ ଗ୍ରୀନ। ଶୁଭ ଅଙ୍କ ୮।

ଧନୁ –ସଞ୍ଚୟର ଉପଯୋଗ କରି ପାରନ୍ତି। କଳହ ଠାରୁ ନିଜକୁ ଦୂରେଇ ରଖି ପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ୟ୍ୟ ପାଇବା ବାତାବରଣ ଅନୁକୂଳ ରହିଛି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୧।

ମକର–ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ। ତଥାପି ଭାଗ୍ୟର ପରିବର୍ତ୍ତନ ଆଶା କରାଯାଏ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ପରିବେଶ ସ୍ୱାସ୍ଥ୍ୟହାନିର କାରଣ ହୋଇପାରେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୬।

କୁମ୍ଭ – ଧର୍ମ- ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ। ଉଚ୍ଚ ଆଶା ପୂରଣ ହୋଇପାରେ। ଭଲ ଆୟ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଉତ୍ତମ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୨।

ମୀନ – ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ ରହିବା ଭଲ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୪।

Share

Leave a Reply

Your email address will not be published. Required fields are marked *

4 × 3 =