Friday, October 30, 2026
Latestରାଜନୀତି

କମଲନାଥଙ୍କୁ ଶାହା ହେଲା କରୋନା

ଭୋପାଳ()  କରୋନା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଏବେ ଆଶ୍ୱସ୍ତି ମିଳିଛି । ଆସନ୍ତା ୨୬ ତାରିଖ ଯାଏଁ ବନ୍ଦ ରହିଲା ବିଧାନସଭା । ଆଜି ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ବିଧାନସଭାକୁ ୨୬ ମାର୍ଚ୍ଚ ପର୍ୟ୍ୟନ୍ତ ସ୍ଥଗିତ କରି ଦେଇଛନ୍ତି। ଏଥି ସହିତ ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ପାଇଁ ଶକ୍ତି ପରୀକ୍ଷାର ଚ୍ୟାଲେଂଜ ବି କିଛି ଦିନ ପାଇଁ ଟଳି ଯାଇଛି ।

ସୂଚନା ଅନୁସାରେ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡି ଭାଜପାରେ ଯୋଗ ଦେବା ପରେ କଂଗ୍ରେସର ଆଉ ୨୨ ବିଧାୟକ ଦଳ ଛାଡିବାକୁ ନେଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସର କମଲନାଥ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ଦାବି କରିଥିଲା।

Share

Leave a Reply

Your email address will not be published. Required fields are marked *

thirteen − 10 =