Friday, October 30, 2026
Latestଜାତୀୟ

ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଳୀ ()ନିର୍ଭୟା ମାମଲାର ଦୋଷୀ ମୁକେଶ୍ ସିଂହର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ।ସୁପ୍ରିମକୋର୍ଟରୁ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ମୁକେଶ୍ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପାଇଁ ଆବେଦନ କରିଥିଲା ।

ଚାରି ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପଓ୍ୱନ ଗୁପ୍ତାକୁ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବାର ଥିଲା । ମୁକେଶର ଦୟା ଯାଚିକା ରାଷ୍ଟ୍ରପତିଙ୍କ ପାଖରେ ଥିବା କାରଣରୁ ଗୁରୁବାର କୋର୍ଟ ପକ୍ଷରୁ ୨୨ ଜାନୁଆରୀରେ ଫାଶୀ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା ।

ଜାନୁଆରୀ ୭ ତାରିଖରେ ପଟିୟାଲା ହାଉସ୍ କୋର୍ଟ ୪ ଦୋଷୀ ମୁକେଶ୍ ସିଂହ , ବିନୟ ଶର୍ମା , ପୱନ ଗୁପ୍ତା ଏବଂ ଅକ୍ଷୟ ଠାକୁରଙ୍କ ଡେଥ୍ ୱାରେଣ୍ଟ୍ ଜାରୀ କରିଥିଲେ । ତେବେ ଦୋଷୀଙ୍କ ଆଗରେ ଶେଷ ବିକଳ୍ପ ଥିଲା ରାଷ୍ଟ୍ରପତିଙ୍କ ପାଖରେ ଦୟା ଯାଚିକା ଆବେଦନ କରିବା ଏବଂ ମୁକେଶ୍ ସିଂହ ରାଜକ୍ଷମା ଆବେଦନ ମଧ୍ୟ କରିଥିଲା, ଯାହାକୁ ଆଜି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ଖାରଜ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 8 =