Friday, October 30, 2026
Latestମନୋରଞ୍ଜନ

ବିଗ ବିଙ୍କୁ ‘ଦାଦା ସାହେବ ଫାଲକେ’ ପୁରସ୍କାର

ନୂଆଦିଲ୍ଲୀ () ଅଭିନେତା ଅମିତାଭ ବଚ୍ଚନଙ୍କୁ ସମ୍ନାନଜନକ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନୀତ କରାଯାଇଛି। ରବିବାର ଦିନ ସଂଧ୍ୟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଅମିତାଭ ବଚ୍ଚନଙ୍କୁ ୬୬ ତମ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।

ସୋମବାର ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ହେଲେ ଅସୁସ୍ଥତା କାରଣରୁ ଅମିତାଭ ଏହି ପୁରସ୍କାର ଗ୍ରହଣ କରିପାରିନଥିଲେ। ତେଣୁ ଆଜି ଏକ ଛୋଟିଆ ସମାରୋହର ଆୟୋଜନ କରାଯାଇ ରାଷ୍ଟ୍ରପତି ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 2 =