Thursday, October 29, 2026
Latestରାଜ୍ୟ

ଶେଷ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର() ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆଜି ଶେଷ ହୋଇଛି। ୧୭ ଟି କାର୍ୟ୍ୟ ଦିବସ ଆଗରୁ ଶେଷ ହୋଇଛି ଅଧିବେସନ। ଡିସେମ୍ବର ୧୯ରେ ସାରିଥାନ୍ତା ଅଧିବେଶନ। ସରକାରୀ କାର୍ୟ୍ୟ ନଥିବା ହେତୁ ଆଗୁଆ ବନ୍ଦ କରାଯାଇଛି। ଏହି ସମୟରେ ୫ଟି ବିଲ ପାରିତ ହୋଇଛି। ଦୁଇଟି ବିଭାଗର ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହୋଇଥିଲା। ୫ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୩୧ଟି ଧ୍ୟାନ ଆକର୍ଷଣ ନୋଟିସ ଥିଲା ବେଳେ ୩ଟି ଉପରେ ଆଲୋଚନା ହୋଇଛି। ସରକାର ଜାଣିଶୁଣି ଗୃହକୁ ବନ୍ଦ କରିଛନ୍ତି। ପୁରା ଅଧିବେଶନ ଚାଲିଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାନ୍ତା। ସରକାର ଜାଣିଶୁଣି ବନ୍ଦ କରିଥିବା କହିଛନ୍ତି ବିରୋଧୀ।

Share

Leave a Reply

Your email address will not be published. Required fields are marked *

one × four =