Friday, October 30, 2026
Latestଜାତୀୟ

ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ

ନୂଆଦିଲ୍ଲୀ () ନାଥୁରାମ ଗଡସେକୁ ଦେଶ ଭକ୍ତ କହି ପୁଣି ବିବାଦ ଘେରକୁ ଆସିଛନ୍ତି ଭାଜପା ଏମ୍ପି ପ୍ରଜ୍ଞା ଠାକୁର। ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି। ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗ କ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ।

ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ, ତେଣୁ ସେ ଆତଙ୍କବାଦୀ ନାଥୁରାମଙ୍କୁ ଦେଶଭକ୍ତ କହୁଛନ୍ତି। ଭାରତୀୟ ପାର୍ଲିଆମେଣ୍ଟ ଇତିହାସରେ ଏହା ଏକ ଦୁଃଖଦ ଦିନ। ସେ ଯାହା କରୁନ୍ତି ତାହା ଭାଜପା ଏବଂ ଆରଏସଏସ ହୃଦୟରେ ଅଛି। ତେଣୁ ଏଥିରେ ମୁଁ କହିପାରିବି। ଏହାକୁ ଲଚାଇ ରଖି ହେବ ନାହିଁ। ମୁଁ ସେହି ମହିଳାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉ କହି ମୋ ସମୟ ନଷ୍ଟ କରିବାକୁ ଚାହୁଁନାହିଁ ବୋଲି ରାହୁଲ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

18 + 7 =