Friday, October 30, 2026
Latestରାଜନୀତି

ଗିରଫ ହେବା ଭୟରେ ଫେରାର ହେଲେ ବିଧାୟକ

ପାଟନା() ବିହାରର ଆରଜେଡି ବିଧାୟକ ଅରୁଣ ଯାଦବଙ୍କ ଗିରଫଦାରୀ ପାଇଁ ଓ୍ବାରେଣ୍ଟ ଜାରି ହୋଇଛି। ସେକ୍ସ ରାକେଟରେ ବିଧାୟକ ଅରୁଣ ଯାଦବଙ୍କ ସଂପୃକ୍ତି ଥିବା ନେଇ କୋର୍ଟରେ ପୀଡ଼ିତା ନାବାଳିକା ବୟାନ ଦେଇଥିଲେ। ଗିରଫଦାରୀ ଓ୍ବାରେଣ୍ଟ ଜାରି ହେବା ପରେ ବିଧାୟକ ଅରୁଣ ଯାଦବ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି।

ସେକ୍ସ ରାକେଟର ପର୍ଦ୍ଦାଫାଶ ହେବା ଦିନଠାରୁ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ଖୋଳତାଡ଼ ଚାଲିଥିଲା। ଶେଷରେ ଧାରା ୧୬୪ରେ ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହି ବୟାନରେ ବିଧାୟକ ତାଙ୍କୁ ଦୁଷ୍କର୍ମ କରିଥିବା କଥା ପୀଡ଼ିତା କହିଥିଲେ।

ଗତ ଜୁଲାଇ ୧୮ ତାରିଖରେ ପାଟନା ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ଏହି ସେକ୍ସ ରାକେଟରେ ମାଷ୍ଟର ମାଇଣ୍ଡ ଅନିତା ଦେବୀକୁ ପୋଲିସ ଗିରଫ କରିବା ସହ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

seven − 1 =