Friday, October 30, 2026
Latestଜାତୀୟ

ସୁଷମାଙ୍କୁ ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ()  ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ଜଣେ ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ ବାଂଶୁରୀ ତାଙ୍କୁ ମୁଖାଗ୍ନି ଦେଇଥିଲେ। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ସଜେଇ ହୋଇ ଇହଜଗତରୁ ବିଦାୟ ନେଇଛନ୍ତି ସୁଷମା। ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଲାଲକୃଷ୍ଣ ଆଡଭାନୀଙ୍କଠାରୁ ଆରମ୍ଭ କରି ଭାଜପାର ସବୁ ବରିଷ୍ଠ ନେତା ଏବଂ ମନ୍ତ୍ରୀ।

ହୃଦଘାତ ହେବା କାରଣରୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଗତକାଲି ରାତ୍ରୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କୁ ଜନ୍ତର ମନ୍ତର ନିକଟରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଜଣେ ସୁହାଗିନୀ ବେଶରେ ସଜା ଯାଇଥିଲା । ଏହାପରେ ତାଙ୍କର ପାର୍ଥିବ ଶରୀର ବିଜେପି କାର୍ୟ୍ୟାଳୟ ଅଭିମୁଖେ ବାହାରି ଥିଲା । ସୁଷମାଙ୍କର ପାର୍ଥୀବ ଶରୀର ଏବେ ଶେଷ ଯାତ୍ରାରେ ବାହାରି ଲୋଧୀ ରୋଡର ଶବଦାହ ଗୃହକୁ ଅଣାଯାଇଥିଲା । ଏହାପରେ ସୁଷମାଙ୍କ ଝିଅ ବାଂସୁରୀ ଶେଷକୃତ୍ୟ ସମ୍ପାଦନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 2 =