Friday, October 30, 2026
Latestରାଜ୍ୟ

ଆଜି ଆସିବନି କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର ()  ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର।କାଠମାଣ୍ଡୁରୁ ଦିଲ୍ଲୀ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନ ପଳାଇ ଆସିଥିଲା। ସେଥିପାଇଁ ଆସନ୍ତାକାଲି ସକାଳ ୭ଟାରେ ତାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ।ଗତକାଲି କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

15 + three =