Friday, October 30, 2026
Latestକ୍ରୀଡା

ଶ୍ରୀସାନ୍ତଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ

୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଫସିଥିବା ଏସ୍ ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍ କୋର୍ଟ ହଟାଇ ଦେଇଛନ୍ତି। ଏହା ସହିତ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ କୋର୍ଟ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି ଶ୍ରୀସାନ୍ତଙ୍କ ପାଇଁ ଦଣ୍ଡବିଧାନ ସ୍ଥିର କରିବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ରାୟ ଦିଲ୍ଲୀ ହାଇକୋର୍ଟରେ ଶ୍ରୀସାନ୍ତଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ତଳ କୋର୍ଟ ଶ୍ରୀସାନ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପରେ ଦିଲ୍ଲୀ ପୁଲିସ୍ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ ଏହି ମାମଲାରେ ହାଇକୋର୍ଟରେ ବିଚାରାଧୀନ ରହିଛି।

ଶ୍ରୀସାନ୍ତ ଫିକ୍ସିଂ ମାମଲାରେ ଫସି ଗିରଫ ହେବା ପରେ ବିସିସିଆଇ ତାଙ୍କ ଉପରେ ଆଜୀବନ ବାସନ୍ଦ ଲଗାଇଥିଲା। ସେ ଏହି ନିର୍ଦ୍ଦେଶ ବିରୋଧରେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

18 + one =