Friday, October 30, 2026
Latestମନୋରଞ୍ଜନ

ପାଇଲଟ ଅଭିନନ୍ଦନଙ୍କ ମୁକ୍ତି ପାଇଁ ଖୁସି ବ୍ୟକ୍ତ କଲେ ପାକିସ୍ତାନୀ ଅଭିନେତ୍ରୀ

ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କୁ ଆଜି ପାକିସ୍ତାନ ମୁକ୍ତ କରୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ବିଷୟରେ ଗତକାଲି ପାର୍ଲାମେଣ୍ଟରେ ଘୋଷଣା କରିଥିଲେ।

ଇମ୍ରାନ ଖାନଙ୍କର ଏହି ଘୋଷଣା ପୂର୍ବରୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ ମଧ୍ୟ ନିଜ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଯଦି କମ ହେବ ତେବେ ସେମାନେ ଭାରତୀୟ ପାଇଲଟଙ୍କୁ ଛାଡିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇମ୍ରାନ ଖାନ କଥା ବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି।

ଏପଟେ ପାଇଲଟ ଅଭିନନ୍ଦନଙ୍କ ମୁକ୍ତ ହେବା ଖୁସିରେ ପାକିସ୍ତାନୀ ଅଭିନେତ୍ରୀ ଅର୍ମିନା ଖାନ ମଧ୍ୟ ନିଜ ଖୁସୀ ବ୍ୟକ୍ତ କରିଛନ୍ତି । ଏଥିପାଇଁ ସେ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିବ ତେଣୁ ସେ ବହୁତ ଖୁସି ଓ ଏହା ଗ୍ରେଟନ୍ୟୁଜ୍ ବୋଲି ଟୁଇଟ୍ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen + 4 =