ସୁବର୍ଣ୍ଣରେଖା ବନ୍ଦର ବାଲିଆପାଳରେ ହସ୍ତତନ୍ତ ତାଲିମ ଜରିଆରେ ମହିଳାମାନଙ୍କୁ ସଶକ୍ତ କରୁଛି

ପାରିପାଶ୍ୱିର୍କ ଗ୍ରାମର ୧୯୦ ମହିଳା ଜଡିତ
ବାଲିଆପାଳ: ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ସହଯୋଗରେ ସବାଇ ଘାଷ ହସ୍ତତନ୍ତ ଉତ୍ପାଦ ଉପରେ ଏକ ଦୀର୍ଘ ଦୁଇ ମାସିଆ ତାଲିମ କର୍ମଶାଳାର ଶୁଭାରମ୍ଭ କରାଯାଇଛି । ବାଲିଆପାର ତହସିଲଦାର ଶ୍ରୀ ଦୀପକ କୁମାର ଦାସଙ୍କ ଦ୍ୱାରା ଚଉମୁଖରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ଏହି ଅଂଚଳରେ ଲିଙ୍ଗଗତ ସମାନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ । ଏହି ଅବସରରେ ଚଉମୁଖ ଜିପିଏଲ୍‌ଏଫ୍‌ର ସଭାପତି ଶ୍ରୀମତୀ ସୁଷମା ଦତା, ଏସ୍‌ପିପିଏଲ୍‌ର ଅଧିକାରୀ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଟିମ୍ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏସ୍‌ପିପିଏଲ୍ ଅଧିକାରୀଙ୍କ ମାର୍ଗଦର୍ଶନରେ ଏହି ତାଲିମ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ସବାଇ ଘାଷରୁ ଆକର୍ଷଣୀୟ ହସ୍ତତନ୍ତ ଉତ୍ପାଦ ସୃଷ୍ଟି କରିବା ନିମନ୍ତେ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଅଂଚଳରେ ମିଳୁଥିବା ଏହି ପ୍ରାକୃତିକ ଫାଇବର ହେଉଛି ମୂଲ୍ୟବାନ ସମ୍ବଳ ଏବଂ ଏହି କର୍ମଶାଳା ଏସ୍‌ଏ୍‌ଚ୍‌ଜିର ସଦସ୍ୟାମାନଙ୍କୁ ନିଜ ଓ ନିଜ ପରିବାର ପାଇଁ ଏକ ଅତିରିକ୍ତ ଆୟ ଉତ୍ସରେ ରପାନ୍ତରିତ କରିବାରେ ବିଶେଷତା ପ୍ରଦାନ କରିବ ।
ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ବୈଷୟିକ ସହାୟତା ଓ ସମର୍ଥନ ପ୍ରଦାନ କରାଯିବ । ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କ ଉଦ୍ୟମ ଯେଭଳି ସ୍ୱୀକୃତି ହାସଲ କରିବ ଓ ଗ୍ରହଣୀୟ ହେବ ସେଥିପାଇଁ ଟିଏସ୍‌ଏଫ୍ ପକ୍ଷରୁ ଉତ୍ପାଦଗୁଡ଼ିକ ଲାଗି ମାର୍କେଟିଂ ସହାୟତା ପ୍ରଦାନ କରାଯିବ ।
ସବାଇ ଘାଷ ଓ ତାରକସି ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରୁଥିବା ଦକ୍ଷତା ବିକାଶ ଅଭିଯାନରେ ମୋଟ ୧୯୦ ମହିଳା ଏବେ ଅଂଶଗ୍ରହଣ କରିଛନ୍ତି । ଏହି ହସ୍ତକଳା ଲାଗି ଉତ୍ସର୍ଗୀକୃତ ପାଂଚଟି ବିଭିନ୍ନ ଶିବିରରେ ଏହ ମହିଳାମାନେ ତାଲିମ ହାସଲ କରୁଛନ୍ତି ।
ଗ୍ରାମୀଣ ଜୀବନଜୀବିକାର ପ୍ରସାର କରିବା ଏବଂ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏସ୍‌ପିପିଏଲ୍ ଓ ଟିଏସ୍‌ଏଫ୍‌ର ପ୍ରତିବଦ୍ଧତାର ପ୍ରତିଫଳନ । ଏହି କାର୍ଯ୍ୟକ୍ରମ ଏସ୍‌ଏଚ୍‌ଜି ସଦସ୍ୟା ଓ ସେମାନଙ୍କ ପରିବାରକୁ ଏକ ନିରନ୍ତର ଆୟ ଉତ୍ସ ଓ ଆର୍ଥିକ ସ୍ୱାଧୀନତା ହାସଲ କରିବା ଲାଗି ଦକ୍ଷତା ପ୍ରଦାନ କରି ସେମାନଙ୍କ ଜୀବନକୁ ଉଲ୍ଲେଖନୀୟ ଭାବେ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

12 + fifteen =