ଟାରିଫ୍ ପ୍ଲାନ ବୃଦ୍ଧି କଲେ ଏହି ୪ଟି ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ()  କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଜିଓ ସମେତ ଭୋଡାଫୋନ୍, ଆଇଡିଆ ଓ ଭାରତୀୟ ଏୟାରଟେଲ ଆସନ୍ତାମାସରୁ ନିଜର ଟାରିଫ ପ୍ଲାନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଅତି ଶୋଚନୀୟ ସ୍ଥିତି ଦେଇ ଗତି କରୁଛି ଅଧିକାଂଶ ଟେଲିକମ୍ କମ୍ପାନୀ । ଏପରିକି ହଜାର ହଜାର କୋଟି ଟଙ୍କାର କ୍ଷତି ମଧ୍ୟ କମ୍ପାନୀ ଗୁଡିକୁ ସହିବାକୁ ପଡୁଛି । ଆଉ ଏସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ସ୍ଥିତିରୁ ବାହାରିବା ପାଇଁ ହୁଏତ, ଟେଲିକମ୍ କମ୍ପାନୀ ଗୁଡିକ ପାଖରେ ଆଉ କୌଣସି ବିକଳ୍ପ ନାହିଁ ।

ତେବେ ପୂର୍ବରୁ ମଧ୍ୟ ଜିଓ ତାର ଟାରିଫ୍ ପ୍ଲାନରେ ବୃଦ୍ଧି କରିସାରିଛି । ନନ୍ ଜିିଓ କଲିଙ୍ଗ ଉପରେ ମାଗଣା ସେବା ହଟାଇବା ସହ ଟାରିଫ୍ ପ୍ଲାନରେ ବୃଦ୍ଧି କରିଥିଲା ରିଲାଏନ୍ସ ଜିଓ । ଆଉ ଏବେ ପୁଣି ଥରେ ଜିଓ ସମେତ ଆଉ ତିନୋଟି ଟେଲିକମ୍ କମ୍ପାନୀ ଗୁଡିକ କାଲିଠୁ ନିଜ ଟାରିିଫ୍ ପ୍ଲାନରେ ବୃଦ୍ଧି କରିବାକୁ ଯାଉଛନ୍ତି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

eleven − nine =