ଟାଟା ପାୱାର ଓଡ଼ିଶା ଡିସ୍‌କମ୍ ଗୁଡ଼ିକରେ ମହିଳା ନେତୃତ୍ୱାଧୀନ ଗ୍ରାହକ ସମ୍ପର୍କ କେନ୍ଦ୍ରରେ ଡିଜିଟାଲ୍ ଟୁଲ୍‌ସ ଦ୍ୱାରା ଗ୍ରାହକଙ୍କ ସନ୍ତୁଷ୍ଟି

 ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ ଡିଜିଟାଲ୍‌: ଲିଙ୍ଗଗତ ସମାନତା ପାଇଁ ନବସୃଜନ ଓ ପ୍ରଯୁକ୍ତି ଅନୁସାରେ ପରିଚାଳନା
 କ୍ୟୁଏମ୍‌ଏସ୍‌, ଏଫ୍‌ଜି-ସିଆର୍‌ଏମ୍‌, ଇ-କିଓସ୍କ ଓ ଦରପନ୍ (ଏକ ଗ୍ରାହକ ସନ୍ତୁଷ୍ଟି ଟୁଲ୍‌) ଭଳି ଡିଜିଟାଲ୍ ଟୁଲ୍‌ର କାର୍ଯ୍ୟକାରିତା ଜରିଆରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ
ଭୁବନେଶ୍ୱର: ଓଡ଼ିଶାର ପଶ୍ଚିମରେ କାଲିବାରୀ, ଉତରରେ ବାଲେଶ୍ୱର, କେନ୍ଦ୍ରରେ କଟକ ଓ ପୁରୀ ଏବଂ ଦକ୍ଷିଣରେ ବ୍ରହ୍ମପୁରରେ ଥିବା ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ର ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆର୍‌ସି)ଗୁଡ଼ିକ ଉନ୍ନତ ଡିଜିଟାଲ୍ ଉପକରଣ ଜରିଆରେ କଂପାନିର ସ୍ୱତନ୍ତ୍ର ଭାବେ ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି ।
ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ “ଡିଜିଟାଲ୍‌: ଲିଙ୍ଗଗତ ସମାନତା ପାଇଁ ନବସୃଜନ ଓ ପ୍ରଯୁକ୍ତି’ ଅନୁସାରେ ହେଉଛି, କାରଣ ଏହି ମହିଳାମାନେ ଗ୍ରାହକମାନଙ୍କ ଅଭିଯୋଗର ପରିଚାଳନା କରିବା ଲାଗି ଅଭିନବ ଡିଜିଟାଲ୍ ଟୁଲ୍‌ସକୁ ବ୍ୟବହାର କରୁଛନ୍ତି, ଫଳରେ ସମୟାନୁସାରେ ତାହାର ସମାଧାନ ଓ ଉତ୍କୃଷ୍ଟ ଗ୍ରାହକ ସେବା ନିଶ୍ଚିତ ହୋଇପାରୁଛି ।
ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ମହିଳା ଗ୍ରାହକ ସେବା ପ୍ରତିନିଧି (ସିଏସ୍‌ଆର୍‌)ମାନଙ୍କ ଦ୍ୱାରା ଏହି ସିଆର୍‌ସିଗୁଡ଼ିକ ପରିଚାଳିତ ହେଉଛି ଯେଉଁମାନେ ଧାଡ଼ି ପରିଚାଳନା ବ୍ୟବସ୍ଥା (କ୍ୟୁଏମ୍‌ଏସ୍‌), ମୋ-ସାକାର ପରିଦର୍ଶକ ପରିଚାଳନା ବ୍ୟବସ୍ଥା, ଅଟୋ-ଏସ୍‌କାଲେସନ୍ ପାଇଁ ଏଫ୍‌ଜି-ସିଆର୍‌ଏମ୍ ଭଳି ଡିଜିଟାଲ୍ ଟୁଲ୍‌ସ ଓ ଆବେଦନ ଓ ଆପତିର ସମୟୋପଯୋଗୀ ସମାଧାନ, ଇଟଂରଆକ୍ଟିଭ୍ ୱେବସାଇଟ୍ ଓ ମୋବାଇଲ ଆପ୍ଲିକେସନ ଜରିଆରେ ବିଭିନ୍ନ ପେମେଂଟ୍ ମାଧ୍ୟମକୁ ସାହାଯ୍ୟ କରିବା ଲାଗି ଇଟଂରଆକ୍ଟିଭ୍ ହ୍ୱାଟସ୍‌ଆପ୍ ସେବା ଆଦିକୁ ଗୋଟିଏ ଛାତ ତଳେ ବ୍ୟବହାର କରି ବିଭିନ୍ନ ପ୍ରକାର ଆପତି, ଅଭିଯୋଗ ଓ ସେବା ସମ୍ପର୍କିତ ସମସ୍ୟାକୁ ସମାଧାନ କରୁଛନ୍ତି । ଅନଲାଇନ୍ ପେମେଂଟ ପାଇଁ ଇ-କିଓସ୍କ୍‌, ଡୁପ୍ଲିକେଟ୍ ବିଲ୍ ଅନୁରୋଧ, ବିଲ୍ ସୂଚନା, ମୋବାଇଲ୍ ନମ୍ବର ଅପ୍‌ଡେଟ୍ ଓ ଟିପିଏସ୍‌ଓଡିଏଲ୍‌ର ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗକୁ ଦେଖି ଏବଂ କ୍ୟାସ୍ ଓ ଚେକ୍ ଡିପୋଜିଟ୍ ମେସିନ୍ (ସିଡିଏମ୍‌) ଆଦି ସୁବିଧା ଏହି କେନ୍ଦ୍ରଗୁଡ଼ିକ ପ୍ରଦାନ କରୁଛନ୍ତି ।
ଅନଲାଇନ୍ ଆପ୍ଲିକେସନ୍ ‘ଦର୍ପଣ’ ଜରିଆରେ ଟ୍ରାଞ୍ଜାକ୍ସନାଲ୍ ସି-ସ୍ୟାଟ୍ (ଗ୍ରାହକ ସନ୍ତୁଷ୍ଟି) ସଂଗ୍ରହ କରାଯାଉଛି ଯାହା ଗ୍ରାହକମାନଙ୍କୁ ସେବା ଓ ସିଆରସିର ପରିବେଶ ଉପରେ ମତାମତ ଦେବାର ସୁବିଧା ପ୍ରଦାନ କରୁଛି । ସେହି ମତାମତଗୁଡ଼ିକୁ ଅନୁଶୀଳନ କରାଯାଉଛି ଏବଂ ଯଦି କିଛି ଅଭାବ ଥାଏ ତାହାକୁ ସମାଧାନ କରିବା ସହ ସେଥିରେ ଉନ୍ନତି ଅଣାଯାଉଛି ।
ଟାଟା ପାଓ୍‌ବାରର ଚାରିଟି ଡିିସକମ୍ ଯଥା ଟିପିସିଓଡିଏଲ୍‌, ଡିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ୍ ରହିଛି ଯାହା ହେଉଛି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯୌଥ ଉଦ୍ୟୋଗ ଯାହା ୧,୫୪,୪୭୮ ବର୍ଗ କିଲୋମିଟରରୁ ଅଧିକ ବ୍ୟାପ୍ତ ବିତରଣ ଅଂଚଳରେ ୯.୫ ନିୟୁତ ଗ୍ରାହକଙ୍କୁ ସୁଲଭ, ଭରସାଯୋଗ୍ୟ ବିଦ୍ୟୁତ ପ୍ରଦାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

four × one =