କୋରାପୁଟରେ ପେପସି କରିବ ଆଳୁ ଚିପସ କାରଖାନା

ଭୁବନେଶ୍ବର () କୋରାପୁଟରେ ଆନ୍ତର୍ଜାତିକ କ୍ଷାତି ସଂପନ୍ନ ପେପସି କମ୍ପାନୀ ଆଳୁ ଚିପ୍ସ କାରଖାନା ପ୍ରତିଷ୍ଠା କରିବ । ନେଇ କମ୍ପାନୀ ପକ୍ଷରୁ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିବ । ଆନ୍ତର୍ଜାତିକ ବଜାରର ଏହି ମୃଦୁ ପାନୀୟ କମ୍ପାନୀ କୋରାପୁଟରେ ଆଳୁ ଚିପ୍ସ କାରଖାନା ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ କହିଛନ୍ତି ।

ଏହି ଆଲୁ ଚିପ୍ସ କାରଖାନା କୋରାପୁଟରେ ରାଜ୍ୟ ସରକାର ରବି ପରିବର୍ତ୍ତେ ଖରିଫରେ ଏକ ନୂଆ କିସମର ଆଳୁ ଉତ୍ପାଦନ ପାଇଁ ଆରମ୍ଭ କରିଥିବା ପ୍ରକ୍ରିୟାକୁ ଆଗକୁ ନେବ । କୋରାପୁଟ ଜିଲ୍ଲାରେ ଚିପସୋନା ଆଳୁ ଉତ୍ପାଦନ ପାଇଁ ଜଣାଶୁଣା । ଜଦି ନୂଆ କିସମର ଆଳୁ ଉତ୍ପାଦନ ସଫଳ ହେଲା, ତେବେ କନ୍ଧମାଳ ଓ ମୟୁରଭଂଜ ଭଳି ଅନ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମଧ୍ୟ ଏହି କିସମ ଆଳୁ ଉତ୍ପାଦନ କରାଯିବ । ସୂଚନା ଅନୁଯାୟୀ ପେପସି କମ୍ପାନୀ ଚିପସୋନା କିସମର ଆଳୁ ଉତ୍ପାଦନର ସମୀକ୍ଷା କରିବ । ଏହାପରେ କାରଖାନା ପ୍ରତିଷ୍ଠା ପାଇଁ ନିଶ୍ଚିତ ଯୋଜନା ପ୍ରସ୍ତୁତ କରିବ ।

Share

Leave a Reply

Your email address will not be published. Required fields are marked *

four × 4 =