ଥରୁଛି କନ୍ଧମାଳ

ଜିଲ୍ଲା ଅପାତ୍ତକାଳୀନ କାର୍ୟ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀର ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିର ତାପମାତ୍ରା ୧୦.୫ ରହିଛି। ଚଳିତ ବର୍ଷ ଏହା ସର୍ବନିମ୍ନ ତାପମାତ୍ରା ଥିବା ବେଳେ ଆଗକୁ ଆହୁରି ପାରଦ ଖସି ଶୀତ ବଢିବାର ସମ୍ଭାବନା ରହିଛି। ସକାଳ ୮ଟା ପର୍ୟ୍ୟନ୍ତ ଘନ କୁହୁଡି ଲାଗି ରହୁଛି। ଆଉ ସକାଳ ୧୦ଟା ପର୍ୟ୍ୟନ୍ତ ଶୀତ ଅନୁଭୂତ ହେଉଛି। ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି। ଲୋକ ମାନେ ଜଙ୍ଗଲରୁ କାଠ ସ˚ଗ୍ରହ କରି ନିଆଁ ଜାଳି ପୁଉଁଥିବା ଦେଖିବାକୁ ମିଳିଛି।
ସେହିପରି ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଗୋଛାପଡା, ବାଲନ୍ଦାପଡା, ଫିରିଙ୍ଗିଆ, ଚକାପାଦ, ବ୍ରାହ୍ଣଣୀଗାଁ, ବେଲଘର ଅଞ୍ଚଳରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧରେ ରହିଛି। ପାଣିପାଗ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଉ ୩-୪ ଦିନ ପରେ ଶୀତର ପ୍ରକୋପ ବଢିବ। ଏପରିକି ତାପମାତ୍ରା ୫-୬ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ତେଣୁ ଏଭଳି ସ୍ଥିତିରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ଯୋଗାଇ ଦେବା ଏବ˚ ବସଷ୍ଟାଣ୍ତ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଶୀତ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ଏବେଠୁ ପ୍ରସ୍ତୁତ ରହିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

Share

Leave a Reply

Your email address will not be published. Required fields are marked *

8 − 8 =