ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର୍ ଥିବା ଜଣାପଡ଼ିଛି। ତା’ ସହିତ ହିଜ୍ବୁଲ୍ର ଜିଲ୍ଲା କମାଣ୍ଡର ଅବ୍ବାସ, ହିଜ୍ବୁଲର ଜିଲ୍ଲା ଡେପୁଟି କମାଣ୍ଡର ୱସିମ୍ ୱାଗେ ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଅପରେସନ୍ରେ ସେନା, ସିଆର୍ପିଏଫ୍ ଓ ରାଜ୍ୟ ପୁଲିସ୍ର ଯବାନ ସାମିଲ ହୋଇଥିଲେ।ଗତ ଶୁକ୍ରବାର ରାଜ୍ୟର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଥିଲେ। ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ଏହି ଏନ୍କାଉଣ୍ଟର କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

ten − eight =