ଖାରବେଳ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ହୋଇଛି। ଭାଗ୍ୟ ପରିବର୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୁଲିସ ହେପାଜତରେ ରହିଛି ଅଭିଯୁକ୍ତ । କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି ଆକ୍ରମଣ କଲେ ସେ ନେଇ ପୁଲିସ ତଦନ୍ତ କରୁଛି। ଏହା ବିଜେଡି ପ୍ରାୟୋଜିତ ଆକ୍ରମଣ ବୋଲି ଖାରବେଳ ଅଭିଯୋଗ କରିଥିବା ବେଳେ ବିଜେଡି ପକ୍ଷରୁ ଖଣ୍ଡନ କରାଯିବା ସହ ଘଟଣାର ନିନ୍ଦା କରାଯାଇଛି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଖାରବେଳଙ୍କୁ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କେବଳ ସେତିକି ନୁହେଁ, କାହିଁକି ବାରମ୍ବାର ଖାରବେଳଙ୍କୁ ଏପରି ଆକ୍ରମଣ ହେଉଛି, ଏହା ପଛରେ ଅସଲରେ କିଏ ଅଛି, ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଯାଇଛି।

Share

Leave a Reply

Your email address will not be published. Required fields are marked *

two × three =