ରାଜଧାନୀରୁ ଆଉ ୩୧୯ ପଜିଟିଭ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୧୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୩ ହଜାର ୫୪୯ କୁ ବୃଦ୍ଧି ପାଇଛି ।

ମୋଟ ୨୩ ହଜାର ୫୪୯ ପଜିଟିଭ ମଧ୍ୟରୁ ୧୦୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୯ ହଜାର୮୮୮ ଜଣ ସୁସ୍ଥ ଓ ୩,୫୭୩ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

four × 5 =