ସିରିଜ୍ ବରାବର୍ ଅନ୍ତିମ ଟି-୨୦ରେ ଜିତିଲା ଭାରତ

ଶେଷ ଓଭରର ଅନ୍ତିମ ୪ଟି ବଲ୍ରୁ ବିଜୟ ପାଇଁ ମାତ୍ର ୫ ରନ୍ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟୀ କରାଇଛନ୍ତି।
୧୬୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ଧୁଆଁଧାର ବ୍ୟାଟିଂ କରିଥିଲା । ଦ୍ୱିତୀୟ ଇନିଂସରେ ୧୬୫ ରନ୍ ବିଜୟ ଲକ୍ଷ୍ୟ ନେଇ ଭାରତ ଏହାକୁ ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ପୂରା କରିଛି। ଭାରତ ୧୬୮ ରନ୍ ସଂଗ୍ରହ କରିଛି। ବିରାଟ କୋହଲି (୬୧ ରନ୍, ୪୧ ବଲ୍, ୪ ଚୌକା, ୪ ଛକା)ଙ୍କ ଅପରାଜିତ ବ୍ୟାଟିଂ ଟିମ୍ ଇଣ୍ଡିଆକୁ ବିଜୟ ଦେଇଛି। ଏଥି ସହିତ ଟି-୨୦ ଶୃଙ୍ଖଳା ବରାବର ହୋଇଛି। ବ୍ରିସ୍ବେନ୍ରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ କରାଯାଇଥିଲା। ଅନ୍ତିମ ଟି-୨୦ରେ ଭାରତ ବିଜୟୀ ହେବା ପରେ ଶୃଙ୍ଖଳା ବରାବର ହୋଇଛି।

Share

Leave a Reply

Your email address will not be published. Required fields are marked *

1 × three =