ବିରଳ ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ()   ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଫାଶିଗାଁ ପୋଖରୀ ନିକଟରୁ ଗୋଟିଏ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ ସହାୟତାରେ ବନ୍ୟକ ସାପ ଉଧାରକାରୀ ଦଳ ଦ୍ଵାରା ସାପ ଉଦ୍ଧାର କରି ବନ କର୍ମରୀ ମାନଙ୍କ ସହାୟତାରେ ଜଙ୍ଗଲରେ ଛାଡି ଦିଆଯାଇଛି । ଗତକାଲି ଦିନ ପ୍ରାୟ ୪ଟା ସମୟରେ ଗ୍ରାମ ନିକଟ ପୋଖରୀ ପାଖରେ ଦୁଇଟି ସାପ ଖେଳୁଥିବା ଦେଖି ଗ୍ରାମବାସୀ ବନ ବିଭାଗ ଏବଂ ସାପ ଧରାଳିଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ଓ ବନ୍ୟକ ସାପ ଉଦ୍ଧାରକାରୀ ଦଳ ପ୍ରାୟ ୨ ଘଣ୍ଟାର ଉଦ୍ୟମ ପରେ ୧୪ ଫୁଟ ଲମ୍ଵା ଏବଂ ୨୦ କେଜି ଓଜନର ଗୋଟିଏ ବିରଳ ଅହିରାଜ ସାପକୁ ଧରିବାରେ ସଫଳ ହୋଇ ଥିବା ବେଳେ ଅନ୍ୟ ଏକ ସାପ ସେଠାରେ ରହି ଯାଇଛି । ଘଞ୍ଚ ଜଙ୍ଗଲ ଓ ସନ୍ତସନ୍ତିଆ ଜାଗାରେ ରହିବାକୁ ପସନ୍ଦ କରୁଥିବା ଏହି ଅହିରାଜ ସାପ ସାଧାରଣତଃ ମଣିଷଠାରୁ ଦୂରରେ ରୁହନ୍ତି । କିନ୍ତୁ ଗତ ଦୁଇ ଦିନ ଧରି ଗ୍ରାମ ନିକଟରେ ଏହି ଦୁଇଗୋଟି ସାପ ଖେଳୁଥିବା ଗ୍ରାମବାସୀମାନେ ଦେଖି ଆସୁଥିଲେ । ଗ୍ରାମ ନିକଟସ୍ଥ ପୋଖରୀ ପାଖରେ ଅନ୍ୟ ସାପଟି ରହି ଥିବାରୁ ଗ୍ରାମବାସୀ ଭୟଭିତ ଥିବା ପ୍ରକାଶ କରିଛନ୍ତି । ବିରଳ ପ୍ରଜାତିର ଏହି ସାପକୁ ଦେଖିବା ପାଇଁ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

1 × 4 =