କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଭିଜନ-2030

ଭୁବନେଶ୍ୱର () ଧାତବ୍ୟ କ୍ଷେତରେ ପୁଞ୍ଜିନିବେଶ ପାଇଁ ଓଡିଶା ପୁଞ୍ଜିନିବେଶକାରୀଙ୍କ ସବୁବେଳେ ପ୍ରଥମ ପସନ୍ଦ ରହି ଆସିଛି । ଏହି ପୁଞ୍ଜିନିବେଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବାପାଇଁ ରାଜ୍ୟ ସରକାର ଏବେ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପର ବିକାଶକୁ ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ପ୍ରସ୍ତୁତ ହେଉଛି ଭିଜନ-2030 ।

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଇସ୍ପାତ ମୂଳଧନୀ ସାମଗ୍ରୀ ଓ ଭାରତରେ ବିନିର୍ମାଣ ଶୀର୍ଷକ ସମ୍ମେଳନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଓ ସୁଦୃଢ଼ୀକରଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । କଳିଙ୍ଗ ନଗର ଜାତୀୟ ପୁଞ୍ଜିନିବେଶ ଉତ୍ପାଦନ ଯୋନ ଏଭଳି ଏକ ଇକୋ ସିଷ୍ଟମ ହୋଇଛି ଯେଉଁଠି କ୍ଷୁଦ୍ର ଶିଳ୍ପଗୁଡିକ ବିକାଶ କରିପାରିବେ । ବୃହତ ଶିଳ୍ପଗୁଡିକ ମଧ୍ୟ ତାଳସ୍ତରରେ ଶିଳ୍ପ ପାର୍କର ବିକାଶ କରିବାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି ।

ଓଡ଼ିଶାରେ ଦେଶର 50 ପ୍ରତିଶତ ଲୁହା ପଥର ଉତ୍ପାଦିତ ହେଉଥିବାରୁ ଏହା ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 1999-2000ରେ ଓଡ଼ିଶାରେ ମାତ୍ର 4 ନିୟୁତ ଟନ ଇସ୍ପାତ ଉତ୍ପାଦିତ ହେଉଥିବା ବେଳେ ରାଜ୍ୟର ଉତ୍ପାଦନ କ୍ଷମତା ଏଭିତରେ 33 ନିୟୁତ ଟନକୁ ବୃଦ୍ଧି ପାଇଛି । ଗତ 18 ବର୍ଷ ମଧ୍ୟରେ ବନ୍ଦରରେ ପଣ୍ୟ କାରବାର କ୍ଷମତା 10 ଗୁଣା ବଢ଼ି 190 ନିୟୁତ ଟନରେ ପହଂଚିଛି । ବିଦ୍ୟୁତ ଶକ୍ତି ଉତ୍ପାଦନ ତିନିଗୁଣ ବଢିଛି । ସଡକ ଯୋଗାଯୋଗ ବ୍ୟବସ୍ଥାରେ ବି 50 ପ୍ରତିଶତ ବୃଦ୍ଧି ପାଇଛି । ଏହାହିଁ ରାଜ୍ୟରେ ଇସ୍ପାତ କ୍ଷେତ୍ରର ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

16 − 3 =