ଅଗଷ୍ଟ ୧୫ରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର()  ଆସନ୍ତା ସ୍ୱଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଅନୁÂିତ ରାଜ୍ୟ ସ୍ତରୀୟ ପ୍ୟାରେଡ ଉସ୍ôବରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ ।

ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ମାନଙ୍କ ମଧ୍ୟରୁ କଟକରେ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ,ଅନୁଗୁଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୁରୀରେ ପୂର୍ତ୍ତ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୟୁରଭଂଜରେ ନଗର ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଢେଙ୍କାନାଳରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସୁନ୍ଦରଗଡରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ,କନ୍ଧମାଳରେ ଗ୍ରାମ୍ୟଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବଲାଙ୍ଗୀରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ନୟାଗଡରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, କେନ୍ଦୁଝରରେ ଆଦିବାସୀ ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ବଲପୁରରେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ବିଗ୍ୟାନ ଓ ବୈଷୟିକ ଗ୍ୟାନମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଯାଜପୁରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ନବରଙ୍ଗପୁରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ. କୋରାପୁଟରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମାଲକାନାଗିରିରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ରାୟଗଡାରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଗଜପତିରେ କ୍ରୀଡା ଓ ଯୁବବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ ।

ଏମାନଙ୍କ ବ୍ୟତୀତ ଭଦ୍ରକରେ ରାଜସ୍ୱ ପରିଷଦ ସଦସ୍ୟ ଖୋର୍ଦ୍ଧାରେ କେନ୍ଦ୍ରାଂଚଳ ଆରଡିସି, ବହ୍ମପୁରରେ ଦକ୍ଷିଣାଂଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଂଚଳ ଆରଡିସି ଅଭିବାଦନ ଗ୍ରହଣ କରିବେ । ବରଗଡ,ବୌଦ୍ଧ, ଦେଓଗଡ,ଗଂଜାମ,ଜଗତସିଂପୁର,ଝାରସୁଗୁଡା,ନୂଆପଡା ଓ ସୁବର୍ଣ୍ଣପୁରରେ ସଂପୃକ୍ତ ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବେ ।

Share

Leave a Reply

Your email address will not be published. Required fields are marked *

20 + 2 =