କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଆର.ପି. ସିଂହ

ଭୁବନେଶ୍ବର () ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 1984 ବ୍ୟାଚର ଆଇପିଏସ ଅଫିସର ଆର.ପି. ସିଂହଙ୍କୁ ଜେଲ ଡିଜି ଭାବେ ଅବସ୍ଥାପିତ ହୋଇଛନ୍ତି । ଅତିରିକ୍ତ ଜେଲ ଡିଜି ବି.ଏନ. ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । 2000 ବ୍ୟାଚର ଆଇପିଏସ ଅଫିସର ତଥା ଆଇଜି ଭିଜିଲାନ୍ସ ଜତିନ୍ଦ୍ର କୋଏଲଙ୍କୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାକ୍ସ ଫୋର୍ସର ଆଇଜି ଭାବେ ବଦଳି କରାଯାଇଛି । ସମ୍ବଲପୁର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ସୁରୟା ଥଙ୍କାପନଙ୍କୁ ଡିଆଇଜି ଭିଜିଲାନ୍ସ ଭାବେ ଅବସ୍ଥାପିତ କରାଯାଇଛି । କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟାକ୍ସ ଫୋର୍ସର ଡିଆଇଜି ହିମାଂଶୁ କୁମାର ଲାଲଙ୍କୁ ରାଜ୍ୟ ଆର୍ମଡ ପୋଲିସ (ଏସଏପି)ର ଡିଆଇଜି ଭାବେ ବଦଳି କରାଯାଇଛି । ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ଅତିରିକ୍ତ ଏସପି ପ୍ରଭାକର ସ୍ବାଇଁଙ୍କୁ ବଇରି ପୋଲିସ ତାଲିମ କେନ୍ଦ୍ରର ଏସପି ଦାୟିତ୍ବରେ ଅବସ୍ଥାପିତ କରାଯାଇଛି । ସମ୍ବଲପୁରର ଅତିରିକ୍ତ ଏସପି ଶ୍ରୀକ୍ରିଷ୍ଣା ବେହେରାଙ୍କୁ ଭୁବନେଶ୍ବର ସାମୁଦ୍ରିକ ଥାନାର ଏଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 2 =