ଶ୍ରୀଜଗନ୍ନାଥ ହେରିଟେଜ କରିଡର ଚିଠା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ କରିଡର ଚିଠା ଓଡିଶାର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି ।

ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତାର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ସହିତ ସେମାନେ ଯେପରି ପବିତ୍ର ଅନୁଭୂତି ନେଇ ଫେରିବେ ତା ଉପରେ ଏହି ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ । ଯାତ୍ରୀ ମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା ଉପଯୁକ୍ତ ଆଲୋକ, ସିସି ଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ ।

ଅନ୍ୟପଟେ ଜଗନ୍ନାଥଙ୍କ ପାଇଁ ଯେଉଁ ମଠ ଓ ଲୋକେ ଜମିଦାନ କରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କାମ ପାଇଁ ଜମି ଦାନ କରିଥିବା ଲୋକଙ୍କ ନାମ ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହେବ । ଆଜି ଲୋକାର୍ପଣ ହୋଇଥିବା ଚିଠାରେ କରିଡ଼ର ସୌନ୍ଦର୍ୟ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀ ଜଗନ୍ନାଥଙ୍କର ବିଭିନ୍ନ ବେଶ,ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସଂପର୍କରେ ଯାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ । ମୁକ୍ତାକାଶ ମଂଚରେ ଓଡିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ ।

ବୈଠକର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରି ୫ଟି ସଚିବ ଭି.କେ ପାଣ୍ଡିଆନ ଏହି ଐତିହ୍ୟ କରିଡରର ପରିକଳ୍ପନା କିପରି ଭାବରେ ହେଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୨୦୧୬ ଜାନୁଆରୀରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯେତେବେଳେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ । ସେତେବେଳେ ସେ ଲକ୍ଷ୍ୟ କରିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ସବୁ ହୋଡିଂ ଯେଉଁଥିରେ ପ୍ରଭୁ ଜଗନ୍ନାଥଙ୍କର ଫଟୋ ଚିତ୍ର ଅଛି । ସେ ସବୁ ଚିତ୍ରକୁ ପ୍ରଣାମ କରୁଛନ୍ତି । ଏଥିରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ ଭକ୍ତି ସମ୍ପର୍କରେ ଅନୁମେୟ କରିପାରିଥିଲେ । ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥଙ୍କ ଶଙ୍ଖ କ୍ଷେତ୍ରର ସ୍ୱତନ୍ତ୍ର ବିକାଶ ପାଇଁ ମତପ୍ରକାଶ କରିଥିଲେ । ସେବେଠାରୁ ଆରମ୍ଭ ହୋଇଛି ପୁରୀ ସହରର ପରିବର୍ତ୍ତନର ଆରମ୍ଭ ।

Share

Leave a Reply

Your email address will not be published. Required fields are marked *

nineteen − 2 =