ଟିକା କାହାର ?

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟର ଲଗାଇବା କେତେଦୂର ଯୁକ୍ତିଯୁକ୍ତ? ଫଟୋ ଲାଗି ଉତ୍ତେଜନା କରିବା କଣ ଠିକ୍ ହେଲା? ଲୋକଙ୍କ ଜୀବନ ଆଗେ ନାଁ ପଲିଟିକ୍ସ ? ଟିକା ନାଁରେ ବାଃ ବାଃ ନେବା କେତେଦୂର ଯଥାର୍ଥ? ଆଜ୍ଞା ହଁ । ଆଜି ବାଲେଶ୍ୱରରେ ଟିକାକେନ୍ଦ୍ରରେ ଫଟୋକୁ ନେଇ ହୋଇଥିବା ଉତ୍ତେଜନା ପରେ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗାଳି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଏଭଳି ସଙ୍କଟ ସମୟରେ କିଭଳି ଶତ ପ୍ରତିଶତ ଟିକା ଦିଆଯିବ ସେନେଇ କାହାର ନିଘା ନାହିଁ । ମାତ୍ର ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି କରିବାକୁ ସାଧାରଣରେ ନିନ୍ଦା କରାଯାଇଛି । ଦ୍ୱିତୀୟ ଲହରରେ ଅନେକଙ୍କ ଜୀବନ ଚାଲିଯାଇଛି । ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତଙ୍କୁ ଟିକା ଦେବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି । ତେବେ ଏଦିଗରେ ରାଜନେତାମାନେ ଧ୍ୟାନ ଦେଉ ନାହାଁନ୍ତି । ଗାଁର ଗୋଟିଏ ମୁର୍ଖ ଯୁବକ ଅନଲାଇନରେ ଟିକା ବୁକ୍ ନକରି କେନ୍ଦ୍ରରେ କିଭଳି ଯାଇ ଟିକା ନେବ ସେନେଇ କାହାର ଚିନ୍ତା ନାହିଁ । କିନ୍ତୁ ପୋଷ୍ଟରକୁ ନେଇ ରାଜନୀତି କରିବାକୁ ବୁଦ୍ଧିଜୀବୀମାନେ ମଧ୍ୟ ନିନ୍ଦା କରିଛନ୍ତି ।

ତେବେ ୟୁଜର୍ସମାନେ ଦେଇଥିବା କମେଣ୍ଟକୁ ଦେଖିଲେ ଆପଣମାନେ ବୁଝି ପାରୁଥିବେ କି କିଭଳି ଭାବରେ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଲୋକେ ଗାଳି କରୁଛନ୍ତି । ଟିକା ଦେବାକୁ ନେଇ ବାହାସ୍ପଟ ନେବାକୁ ଚେଷ୍ଟା କରୁଥିବା ରାଜନେତାଙ୍କୁ ମଧ୍ୟ ଲୋକେ କଡ଼ା ଭାଷାରେ ସମାଲେଚନା କରିଛନ୍ତି ।

ସୂଚନା ଥାଉକି, ବାଲେଶ୍ୱର ସହର ଗାନ୍ଧୀ ସ୍ମୃତିଭବନରେ ଆଜି ଟିକାକରଣ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଥିଲା ଉତ୍ତେଜନା । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିବାକୁ ବିରୋଧ କରିଥିଲା ବିଜେପି । ଉଦଘାଟନ ପାଇଁ ବନ୍ଧାଯାଇଥିବା ରିବନକୁ ଛିଣ୍ଡାଇ ଭିତରକୁ ପଶିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ମଧ୍ୟ ଲଗାଇଥିଲେ । ସେପଟେ ସମାନ ଢ଼ଙ୍ଗରେ ଜୟପୁର ଓ ରାୟଗଡ଼ାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାକୁ ନେଇ ବିଜେପି କର୍ମୀମାନେ ବିରୋଧ କରିଛନ୍ତି । ସେପଟେ କିନ୍ତୁ ଏହି ପୋଷ୍ଟର ରାଜନୀତିକୁ ସାଧାରଣରେ ନିନ୍ଦା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

7 + 17 =