ପୁରୀଠୁ ୬୬୦ କିଲୋମିଟର ଦୂରରେ ‘ଫୋନି’

ଭୁବନେଶ୍ବର() ସାମୁଦ୍ରିକ ଝଡ ‘ଫୋନି’ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟ୍ରମରେ ପରିଣତ ହୋଇ ଏବେ ପୁରୀ ମୁହାଁ ହୋଇଛି ।ପୁରୀଠାରୁ ୬୬୦ କିଲୋମିଟର ଦୂରରେ ରହିଛି ‘ଫୋନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ ଘଣ୍ଟା ପ୍ରତି ୧୭୫-୧୮୦ କିଲୋମିଟର ବେଗରେ ପବନ ବହିବ । ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ଫନି । ଦେଢ ମିଟର ଉଚରେ ଜୁଆର ରହିବ । ୩ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବ ।

ଅନ୍ୟପଟେ, ବାତ୍ୟା ଉପକୂଳ ଛୁଇଁନି ହେଲେ ଅଶାନ୍ତ ହେଲାଣି ପୁରୀ ସମୁଦ୍ର । ପୁରୀ ନିକଟରେ ସମୁଦ୍ର ଉଗ୍ର ହୋଇ କୂଳ ଲଂଘୁଥିବା ଚିତ୍ର ସାମ୍ନାକୁ ଆସିଛି । ବାତ୍ୟା ଫୋନି ପୁରୀ ନିକଟରେ ମାଡ ହେବା ନେଇ ଆଇଏମଡି ପୂର୍ବାନୁମାନ କରିବା ପରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି କରୁଛି ଜିଲ୍ଲା ପ୍ରଶାସନ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତ ପାଇଁ ପରାମର୍ଶ ଦିଆଯାଇଛି । ପୁରୀ ବେଳାଭୂମି ନିକଟ ହୋଟେଲରୁ ପର୍ୟ୍ୟଟକଙ୍କୁ ଖାଲି କରାଯାଉଛି ।

Share

Leave a Reply

Your email address will not be published. Required fields are marked *

8 + 3 =