ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ କେନ୍ଦ୍ର କରି ବିଜେପି କର୍ମୀମାନେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି । ତେବେ ଉଦଘାଟନ ହେବା ପୂର୍ବରୁ ରିବନ ଛିଣ୍ଡାଇଛନ୍ତି ବିଜେପି କର୍ମୀ । କେନ୍ଦ୍ରରେ ମୋଦିଙ୍କ ଫଟୋ ମଧ୍ୟ ଲଗାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ଜୟପୁର ମୁଖ୍ୟ ଚିକତ୍ସାଳୟରେ ମଧ୍ୟ ସମାନ ଢ଼ଙ୍ଗରେ ପ୍ରତିବାଦ କରିଛି ବିଜେପି । କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ମୀ ।

Share

Leave a Reply

Your email address will not be published. Required fields are marked *

5 × five =