ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ନବୀନ କହିଛନ୍ତି ଯେ, କରୋନାକୁ ନେଇ ସତର୍କତା ଅବଲମ୍ବନ କରାଯାଉଛି । ଏହି ସମୟରେ ଘରକୁ ଘର ବୁଲି ଜନଗଣନା କରିବାରେ ବିପଦ ରହିଛି । ତଥ୍ୟ ସଂଗ୍ରହ କରିବାକୁ ଯିବା ବେଳେ ସଂକ୍ରମଣ ହେବାର ଭୟ ରହିଛି । ଉଭୟ କ୍ଷେତ୍ର ଅଧିକାରୀ, ସାଧାରଣ ଲୋକଙ୍କ ଉପରେ ବିପଦ ରହିଛି ।’

ତେବେ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ଯାଏଁ ପ୍ରଥମ ପ୍ରର୍ୟ୍ୟାୟ ଜନଗଣନା ଥିଲା । ଗୃହ ତାଲିକା, ଗଣନା, ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ହୋଇଥାନ୍ତା ।

Share

Leave a Reply

Your email address will not be published. Required fields are marked *

four × three =