ପଶ୍ଚିମବଙ୍ଗରେ ବିଜେପିକୁ ଝଟକା

ପଶ୍ଟିମବଙ୍ଗରେ ପୁଣି ବିଜେପିକୁ ଝଟକା । ବିଜେପି ସାଂସଦ ଅର୍ଜୁନ ସିଂହଙ୍କର ତିନିଜଣ ସହଯୋଗୀ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ତିନିଜଣଙ୍କ ମଧ୍ୟରେ ଭୀଟପୋଡ଼ା ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ ସୌରଭ ସିଂହ ଓ ପୂର୍ବତନ ବିଧାୟକ ସୁନିଲ ସିଂହବି ସାମିଲ ଅଛନ୍ତି । ବିଜେପି ସୌରଭ ସିଂହଙ୍କୁ ନଗରପାଳିକା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସେ ତାଙ୍କ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ । ସୁନୀଲ ସିଂ ନୋଆପାରାର ପୂର୍ବତନ ବିଧାୟକ ମଧ୍ୟ ଥିଲେ। ସୁନୀଲଙ୍କୁ ବିଜେପି ନାଓପାରାରେ ନଗରପାଳିକା ନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସୁନିଲ ସିଂହଙ୍କ ସହିତ ତାଙ୍କ ପୁଅ ଆଦିତ୍ୟ ସିଂହ ଓ ଅର୍ଜୁନ ସିଂହଙ୍କ ପୁତୁରା ସୌରଭ ସିଂହ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ତାପରେ ସେମାନେ ଟିଏମସିରେ ଯୋଗ ଦେଇଛନ୍ତି ।
ଗୋଟିଏ ପଟେ ବିଜେପିର ଅନେକ ନେତା ଟିଏମସିରେ ଯୋଗ ଦେଇଛନ୍ତି ସେପଟେ ଟିଏମସିର ଅନ୍ତଃ କନ୍ଦଳ ସାମ୍ନାକୁ ଆସିଛି । ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କଳହ ପରେ ମମତା ବାନାର୍ଜୀ ୨୦ ଜଣିଆ ନୂଆ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସମିତିର ଘୋଷଣା କରିଛନ୍ତି । ଏହି ସମିତି ମମତା ବାନାର୍ଜୀଙ୍କ ନିୟନ୍ତ୍ରଣକୁ ବଢ଼ାଇବା ସହିତ ପୁରୁଣା ଓ ନୂଆ ନେତାଙ୍କ ମଧ୍ୟରେ ଥିବା କନ୍ଦଳକୁ ରୋକିବାର କାମ କରିବ।
ମମତା ବାନାର୍ଜୀ ଏହି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସମିତିର ସଦସ୍ୟଙ୍କ ନାମ ପରେ ଘୋଷଣା କରିବେ। ନାମ ଘୋଷଣା ହେବା ପରେ ଏହି ୨୦ ଜଣିଆ ସଦସ୍ୟଙ୍କ ତାଲିକା ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଯିବ। ଅଭିଷେକ ବାନାର୍ଜୀଙ୍କ ସହିତ ଦଳର ଅନେକ ଯୁବନେତା ପାର୍ଟିରେ ଜଣେ ବ୍ୟକ୍ତି ଓ ଗୋଟିଏ ପଦ ପାଇଁ ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ପାର୍ଟିର ବରିଷ୍ଠ ନେତାମାନେ ଏହାକୁ ଅନୁଶାସନହୀନତାର ଆଖ୍ୟା ଦେଉଛନ୍ତି

Share

Leave a Reply

Your email address will not be published. Required fields are marked *

10 − eight =