ମୋଦିଙ୍କୁ କ’ଣ କହିଲେ ରାହୁଲ

ନୂଆଦିଲ୍ଲୀ() ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଇଟର ଜରିଆରେ ସୂଚନା ଦେଇଥିଲେ କି ସେ ସମସ୍ତ ସୋସିଆଲ ମିଡିଆରୁ ଆସନ୍ତା ରବିବାରରୁ ଦୂରେଇ ଯିବେ । ମୋଦିଙ୍କର ଏହି ଟ୍ୱିଟ ପରେ ଏଥିରେ ପ୍ରତିକ୍ରୀୟା ରଖି ରାହୁଲ ଗାନ୍ଧି କହିଛନ୍ତି ଯେ,ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର । ସେହିପରି କଂଗ୍ରେସ ନେତା ରଣଦୀପ ସ୍ୱର୍ୟ୍ୟେୱାଲା ଲେଖିଛନ୍ତି, ମୋଦୀ ନାଁ ନେଇ ଯେଉଁମାନେ ଟ୍ରଲ କରୁଛନ୍ତି ସେମାନଙ୍କୁ ମୋଦି ବୁଝାଇବେ ବୋଲି ଆଶା କରାଯାଉଛି ।

ସମଗ୍ର ଦେଶରେ ଡିଜିଟାଲ ଇଣ୍ଡିଆର ନାରା ଦଉଥିବା ମୋଦି କାହିଁକି ହଠାତ ଡିଜିଟାଲ ଦୁନିଆରୁ ନିଜକୁ ଦୂରେଇ ଦଉଛନ୍ତି ତାର ରହସ୍ୟ ଜଣାପଡୁନି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକରେ ୪କୋଟି ଫଲୋଅର୍ସ, ଟ୍ୱିଇଟରରେ ୫ କୋଟି, ଇନଷ୍ଟାଗ୍ରାମରେ ୩ କୋଟି ଫଲୋଅର୍ସ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =