ରଜ ପରେ ପ୍ରକାଶ ପାଇବ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର()   ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ। ୧୭ ଓ ୧୮ ତାରିଖ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଖାତା ଦେଖା ଶେଷ ହୋଇଥିଲା । ଗତ ୩ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ ପାଇଥିଲା ।

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇଥିଲା। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ୨ୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ।

Share

Leave a Reply

Your email address will not be published. Required fields are marked *

five + 2 =