୧୮ରୁ ବଢିବ ବର୍ଷା

ଭୁବନେଶ୍ବର()  ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି । ଆବଶ୍ୟକତା ଠାରୁ ଜୁନ୍ ମାସରେ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୧୩ ତାରିଖ ମଧ୍ୟରେ ୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ରାୟଗଡ଼ା, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରେ ସ୍ଥିତି ସବୁଠାରୁ ଅଧିକ ସଙ୍ଗୀନ । ଗଜପତି ଜିଲ୍ଲାରେ ଗତ ଦେଢ ମାସ ମଧ୍ୟରେ ୫୬ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି ସୁନ୍ଦରଗଡ଼ରେ ୪୦.୯ ଓ ରାୟଗଡ଼ାରେ ୩୯.୬ ପ୍ରତିଶତ କମ୍ ବର୍ଷା ହୋଇଛି । ତେଣୁ ଏହି ୩ଟି ଜିଲ୍ଲାରେ ଚାଷୀ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ସେପଟେ ବର୍ଷା କଥା ଦେଖିଲେ ଓଡ଼ିଶା ଉପରେ ଟ୍ରାପ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୪-୫ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୮ରୁ ବର୍ଷାର ପରିମାଣ ବଢ଼ିବା ସହ ୨୦ ଯାଏଁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଭାଗ କହିଛି ।

Share

Leave a Reply

Your email address will not be published. Required fields are marked *

nine + 13 =