ଆଜି କେଉଁ ରାଶିର ଧନପ୍ରାପ୍ତି ଓ କାହାର ବ୍ୟବସାୟୀକ ଅଭିବୃଦ୍ଧି ରହିଛି, ଦେଖନ୍ତୁ ଆଜିର ରାଶିଫଳ …

ମେଷ – ମନ ପ୍ରଫିଲ୍ଲ ରହିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ଚଞ୍ଚଳମନା ହୋଇ ପାରନ୍ତି । ହୃଷ୍ଟ ଚିତ୍ତ ହେବେ । ଅତିସୁଖୀ ହେବା ଆଶା କରାଯାଏ ।

ବୃଷ – ଆୟ ପରିମାଣ ବୃଦ୍ଧି ପାଇବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସରକାରୀ କିମ୍ବା ବନ୍ଧୁଙ୍କ ସହାୟତା ପାଇ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି ।

ମିଥୁନ – ଅଭିଳାଷ ପୂରଣ ହେବ । ସୁଖ-ସମ୍ମାନ ଲାଭ କରିବେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । କର୍ମ-ତତ୍ପରତା ପ୍ରକାଶ ପାଇବ । ସୁସ୍ଥ ଓ ନିରାମୟ ରହିବେ । ବନ୍ଧୁ ସତ୍କାର କରି ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ପୀଡା ଦେଖା ଦେବ ।

କର୍କଟ – ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚେଷ୍ଟା ଫଳବତୀ ହେବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନ-ବାହନ ସୁଖ ମିଳିପାରେ । ଗୁଣଜ୍ଞ ହେବେ ।

ସିଂହ – ସାମାନ୍ୟ ପରିମାଣର ଆର୍ଥିକ ଲାଭ ପାଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ରାଜଦ୍ୱାରେ ସମ୍ମାନିତ ହେବେ । ସନ୍ତାନ ସୁଖ ପାଇ ପାରନ୍ତି । ଉତ୍ତମ ଗୃହରେ ବାସ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ ।

କନ୍ୟା – ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତ ସ୍ୱଭାବର ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ଭାଳିବେ ।

ତୁଳା – ମାନସିକ ସ୍ତରରେ ଅଶାନ୍ତି ଜାତ ହୋଇପାରେ । ଶାରିରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରତିହିଂସା ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ଲାଭବାନ୍ ହେବେ ।

ବିଛା – ନୂତନ କର୍ମକ୍ଷେତ୍ରରେ ଯୋଗ ଦାନ କରିବେ । ଘାତଚନ୍ଦ୍ର ଭୋଗ ହେତୁ ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ ।

ଧନୁ – ମାନସିକ ସ୍ତରରେ ପ୍ରଫୁଲ୍ଲିତ ହୋଇପାରନ୍ତି । ଶତ୍ରୁ ଭୟକୁ ଖାତିର ନ କରି କାର୍ଯ୍ୟ ସଂପାଦନ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳଶାଳୀ ହେବେ । ଶେଷରେ ଶତ୍ରୁ ଦମନ କରିପାରନ୍ତି ।

ମକର – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ବିଚାର-ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡିବ । ଅର୍ଥ ଚିନ୍ତା ଉପୁଜି ପାରେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି ।

କୁମ୍ଭ  – ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଅର୍ଥ ପ୍ରପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଯାନ-ବାହନ ସୁଖ ମିଳିପାରେ ।

ମୀନ – ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଯଶସ୍ୱୀ ହୋଇପାରନ୍ତି । କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ଲୋକପ୍ରିୟତା ବୃଦ୍ଧି ହେବ ।

Share

Leave a Reply

Your email address will not be published. Required fields are marked *

two × 5 =