ଏପ୍ରିଲ ୧୭ରେ ପିପିଲି ଭୋଟ୍

ଭୁବନେଶ୍ୱର: ପିପିଲି ପାଇଁ ହେଲା ତାରିଖ ଘୋଷଣା | ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ |ସେହିଭଳି ମାର୍ଚ୍ଚ ୨୩ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା | ତେବେ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ | ଏହାବ୍ୟତୀତ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ହୋଇଥିବା ସମୟରେ ମେ ୨ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା |ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉକ୍ତ ଆସନ ଖାଲି ପଡିଛି । ତେବେ କିଛିଦିନ ପୂର୍ବରୁ ପିପିଲି ଉପ ନିର୍ବାଚନକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଉପନିର୍ବାଚନ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ପାଇଁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା ।

ସେହିଭଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ କହିବା ଅନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କ ନିଯୁକ୍ତି ଶେଷ ହୋଇଛି। ପୋଲିଂ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତି ସରିଛି। ଇଭିଏମ ମେସିନ ଗୁଡିକର ପରୀକ୍ଷା ନିରୀକ୍ଷା ଶେଷ ହୋଇଛି। କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟର ରହିବେ ନାହିଁ। ସେଥିପାଇଁ ବୁଥ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ତେବେ ଆଜି କେନ୍ଦ୍ର ନିର୍ବାଚନ କମିଶନର ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ପିପିଲିରେ ସରଗରମ ହେବ ରାଜନୀତି |

Share

Leave a Reply

Your email address will not be published. Required fields are marked *

14 − 9 =