ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ: ୨୧ରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତ ଅବସରରେ ଆସନ୍ତା ୨୨ ରେ ପୁରୀ ଗସ୍ତରେ ମଧ୍ୟ ଆସିବେ ରାଷ୍ଟ୍ରପତି। ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଗସ୍ତର କାର୍ଯ୍ୟକ୍ରମ ରହିଛି ।

ତେବେ ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ସର୍କିଟ ହାଉସରେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଏଏସଆଇ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କୋଣାର୍କ ଏନ ଏସି ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କୁ ‘ଗାମୁଛା’ ଭେଟି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଠମଲ୍ଲିକର ଜଣେ ଦଳିତ କାରିଗର ନିର୍ମିତ ଗାମୁଛା ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

6 − 5 =