ପୌର ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ଅଡୁଆରେ ସରକାର

ଭୁବନେଶ୍ବର, 13/06 (ନିପ୍ର) ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁଥିବା ପୌର ନିର୍ବାଚନ ନେଇ ଅନିଶ୍ଚିତତା ଦେଖା ଦେଇଛି । କରଣ ହାଇକୋର୍ଟ ସ୍ଥାନ ସଂରକ୍ଷଣ ନେଇ ଦେଇଥିବା ରାୟ ଉପରେ ଏବେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ । ଆସନ୍ତା ଦୁଇ ତିନ ମଧ୍ୟରେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଯିବେ ରାଜ୍ୟ ସରକାର  ।

ଆସନ୍ତା ସେପ୍ଟେମ୍ବରରେ 90ଟି ପୌରପାଳିକାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ଆସନ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ହେବନି ବୋଲି ହାଇକୋର୍ଟ ରାୟ ଦେବା ପରେ ଏବେ ନିର୍ବାଚନ କରାଇବା ନେଇ ପୌର ପ୍ରଶାସନ ଅଡୁଆରେ ପଡିଛନ୍ତି । 1994 ଓଡିଶା ମୁନିସିପାଲ ସୀମା ପୁନଃନିର୍ଧାରଣ ଓ ଆସନ ସଂରକ୍ଷଣ ଅଧିନିୟମରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣର ବ୍ୟବସ୍ଥା ରହିଛି । କାର୍ଯ୍ୟକାଳ ସରୁଥିବା 90ଟି ପୌର ପରିଷଦ ମଧ୍ୟରୁ 55ଟିରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ରହିଛି । ଏହିଦୃଷ୍ଟିରୁ ହାଇକୋର୍ଟଙ୍କ ରାୟ ଅନୁଯାୟୀ 50 ପ୍ରତିଶତ ସ୍ଥାନ ସଂରକ୍ଷଣକୁ କାର୍ଯ୍ୟକାରୀ କରିବାକୁ ହେଲେ ଓଡିଶା ମୁନିସିପାଲ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ଅଧିନିୟମ 1994ରେ ସଂଶୋଧନର ଆବଶ୍ୟକତା ରହୁଛି, ଯାହା ଏବେ ସମ୍ଭବ ନୁହେଁ  । ତେଣୁ ପ୍ରଚଳିତ ବ୍ୟବସ୍ଥାରେ ସଂରକ୍ଷଣ ସୀମା 50 ପ୍ରତିଶତ ନରଖି ନିର୍ବାଚନ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ । ଏଥିସହିତ ସୀମା ପୁନଃନିର୍ଧାରଣ ସମ୍ପର୍କିତ 6546 ଟି ଆବେଦନ ଉପରେ ଜିଲ୍ଲାପାଳ ଶୁଣାଣୀ ଚାଲିଛି । ଶୁଣାଣୀ ଶେଷ ହୋଇ ସୀମା ପୁନଃନିର୍ଦ୍ଧାରଣର ଚୂଡାନ୍ତ ତାଲିକା ପ୍ରକାଶ କରି ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବା ସହଜ ନୁହେଁ  ।

Share

Leave a Reply

Your email address will not be published. Required fields are marked *

four + fourteen =