କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଇସ୍ପାତ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଆଇଜିଏଚ ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ ଦାବି କରି ମନ୍ତ୍ରୀ ଚିଠି ଲେଖିଛନ୍ତି । ଆଇଜିଏକୁ ମେଡିକାଲ କଲେଜ କରିବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

ସୂଚନାନୁଯାୟୀ, ୨୦୧୫ ମସିହା ୨ ଅପ୍ରେଲରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ବେଳେ ଘୋଷଣା କରିଥିଲେ ଯେ, ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି କରିସାରିଛନ୍ତି । ଏହାର ଦାୟିତ୍ବ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଶୀଘ୍ର କାମ ଆରମ୍ଭ ହେବ ବୋଲି ଆଶ୍ବାସନା ଦେଇଥିଲେ । ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବାବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ଆପତ୍ତି କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ।

ହେଲେ ଏବେ କେବଳ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇ, ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି । ତେଣୁ ମେଡିକାଲ କଲେଜ କୁଆଡେ ଗଲା ବୋଲି ପ୍ରଶ୍ନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ । ଯାହା ଏକ ବଡ ରାଜନୈତିକ ବିବାଦର ସୂତ୍ରପାତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ରାଉରକେଲା ଓ ସୁନ୍ଦରଗଡ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ । ଏହି ଅଞ୍ଚଳରୁ ବହୁ ପରିମାଣରେ ଲୁହା-ପଥର, ଖଣି, କୋଇଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମ ଦେଶର ଉନ୍ନତିରେ ସହାୟକ ହେଉଛି । ଆଜି ଯଦି ରାଉରକେଲା ଇସ୍ପାତ କାରଖାନା ଦେଶ ଓ ବିଦେଶରେ ସୁନାମରେ ଅର୍ଜନ କରିପାରିଛି ଏଥିରେ ରାଉରକେଲା ଏବଂ ସୁନ୍ଦରଗଡବାସୀଙ୍କର ବହୁତ ଅବଦାନ ରହିଛି । ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ଆଖ-ପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ । ପ୍ରତିଶ୍ରୁତି ପୂରଣ ନହେବାରୁ ସେହି ଅଞ୍ଚଳବାସୀ ଓ ବିଶେଷ କରି ସୁନ୍ଦରଗଡ ଏବଂ ରାଉରକେଲା ବାସୀ ବହୁତ ନିରାଶ ଏବଂ ଦୁଃଖିତ ।

Share

Leave a Reply

Your email address will not be published. Required fields are marked *

3 + 12 =