ଏ ବର୍ଷ କୃଷି ମହୋତ୍ସବର ଲୋଗୋ କନ୍ଦମୂଳ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୃଷି-2019ର ଲୋଗୋ ଉନ୍ମୋଚନ କରିଛନ୍ତି । କନ୍ଦମୂଳ ଉତ୍ପାଦନରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହୋଇଥିବାରୁ ଚଳିତ ବର୍ଷ କୃଷି-2019 ପାଇଁ କନ୍ଦମୂଳକୁ ଲୋଗୋ ଭାବେ ଗ୍ରହଣ କରାଯାଇଛି । କନ୍ଦମୂଳ ଏକ ଲାଭଜନକ କନ୍ଦଜାତୀୟ ଫସଲ ଯାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପ୍ରକାର ବ୍ୟଞ୍ଜନର ସ୍ବାଦ ବୃଦ୍ଧି କରିଥାଏ ।

ସମଗ୍ର ଦେଶରେ କନ୍ଦମୂଳ ଉତ୍ପାଦନରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ୟର ସମୁଦାୟ 40ହଜାର 409 ହେକ୍ଟର ଜମିରେ ଏହା ଚାଷ ହୋଇଥାଏ ଏବଂ ମୋଟ 3.82 ଲକ୍ଷ ମେଟ୍ରିକ ଟନ ଉତ୍ପାଦିତ ହୋଇଥାଏ । ଏହି ଫସଲ ଆୟତନ ଓ ଉତ୍ପାଦନ ବୃଦ୍ଧି ପାଇଁ ଗେନସ୍ ନାମକ ଏକ ପ୍ରକଳ୍ପ 2016-17ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଆନ୍ତର୍ଜାତିକ ଆଳୁ କେନ୍ଦ୍ର ଆନୁକୂଲ୍ୟରେ ଗଂଜାମ, ଢେଙ୍କାନାଳ, କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି । ଯାହାଦ୍ବାରା 6ହଜାର ଚାଷୀ ଲାଭବାନ ହେଉଛନ୍ତି ।

ଆସନ୍ତା ଜାନୁଆରୀ 15 ତାରିଖରୁ ଆରମ୍ଭ ହେଉଥିବା କୃଷି ମହୋତ୍ସବ କୃଷି ଓଡିଶା-2019 ପାଇଁ ଏହି ଲୋଗୋ ଉନ୍ମୋଚିତ ହୋଇଛି । ଏହି ଅବସରରେ ଆଧୁନିକ କୃଷି ପ୍ରଦର୍ଶନୀ, କୃଷି, ମତ୍ସ୍ୟ ଚାଷ, ପ୍ରାଣୀସଂପଦ ବିଭାଗ, ଉଦ୍ୟାନକୃଷି ସହ ଅନେକ ଘରୋଇ ଯନ୍ତ୍ରପାତି, ଜଳସେଚନ ପ୍ରଣାଳୀ ତଥା ଅନ୍ୟାନ କୃଷି ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗୀମାନେ ଯୋଗ ଦେବେ । ଏଥିପାଇଁ 180ଟି ପ୍ରଦର୍ଶନି ମଣ୍ଡପର ଆୟୋଜନ କରାଯାଇଛି ।

ଏହି ପାଂଚଦିନିଆ ମହୋତ୍ସବରେ ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ସହ କୃଷି ଉଦ୍ୟୋଗିକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ମାଛର ପ୍ରକ୍ରିୟାକରଣ, ଶିତଳୀକରଣ ଓ ଗୋଦାମ ଗୃହ, କୃଷି ଯାନ୍ତ୍ରୀକକରଣ ଓ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମୀକା ଉପରେ ଆଲୋଚନା ହେବ । ରାଜ୍ୟ ଓ ରାଜ୍ୟ ବାହାରର ଅଗ୍ରଣୀ ଚାଷୀମାନେ ମଧ୍ୟ ଯୋଗ ଦେଇ ନିଜ ନିଜ ଅଭିଜ୍ଞତା ବାଣ୍ଟିବେ । ଏହି ଅବସରରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା 120ଜଣ ଚାଷୀଙ୍କୁ ସମ୍ମାନିତ କରାଯିବ ।

Share

Leave a Reply

Your email address will not be published. Required fields are marked *

17 + six =