କୋଭିଡ୍ ସେଫ୍ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର()  କୋଭିଡ଼ ସମୟରେ ବିଧାନସଭା ଉପନିର୍ବାଚନ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଏସ କେ ଲୋହାନୀ । ସେ କହିଛନ୍ତି ଯେ, ‘ଆମେ କୋଭିଡ୍ ସେଫ୍ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କ ସହ ଆଉ ୨ ଜଣ ରହିବେ । ନାମାଙ୍କନ ଦାଖଲ ବେଳେ ୨ଟି ଗାଡ଼ି ବ୍ୟବହାର କରିପାରିବେ । ବଡ଼ ହଲରେ ସାମାଜିକ ଦୂରତା ରକ୍ଷା କରି ହେବ ନାମାଙ୍କନ । ନିର୍ବାଚନ ପ୍ରଚାର ବେଳେ କୋଭିଡ ନିୟମ ପାଳନ କରାଯିବ । ’

ଏହା ସହ ସେ କହିଛନ୍ତି ଯେ,’ଘରକୁ ଘର କ୍ୟାମ୍ପେନ ବେଳେ ସର୍ବାଧିକ ୫ ଜଣ ରହିପାରିବେ । ସ୍ଥିର ହୋଇଥିବା ସ୍ଥାନରେ ହିଁ ପବ୍ଲିକ ମିଟିଂ ହୋଇପାରିବ । ପବ୍ଲିକ ମିଟିଂ ବେଳେ ୧୦୦ରୁ ଅଧିକ ଲୋକ ରହିପାରିବେନି । ଭୋଟ୍ ଦେବା ସମୟରେ ବି କୋଭିଡ୍ ନିୟମ ପାଳ ହେବ । ଏଥର ବୁଥ୍ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ବଢ଼ିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ କରିହେବ । କରୋନା ଆକ୍ରାନ୍ତ ବ୍ୟକ୍ତି ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । କରୋନା ସନ୍ଦିଗ୍ଧ ବ୍ୟକ୍ତି ବି ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । ୮୦ ବର୍ଷରୁ ଉର୍ଦ୍ଧ ଓ ଦିବ୍ୟାଙ୍ଗ ବି ପୋଷ୍ଟାଲ ବାଲାଟରେ ଭୋଟ୍ ଦେଇପାରିବେ । ଉଚ୍ଛୁକ ବ୍ୟକ୍ତି ଏକ ଫର୍ମ ନୂରଣ କରି ଭୋଟ୍ ଦେଇପାରିବେ । ଏହି ବ୍ୟକ୍ତିମାନଙ୍କ ଘରକୁ ଯାଇ ସ୍ୱତନ୍ତ୍ର ଟିମ୍ ଫର୍ମ ଆଣିବେ । ୨୦ରୁ ୩୦ ତାରିଖ ଯାଏ ଘରକୁ ଯାଇ ଭୋଟ୍ ଆଣିବେ ଏହି ସ୍ୱରନ୍ତ୍ର ଟିମ୍ । ବୁଥ୍ ବାହାରେ ମତଦାତାଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ମତାଦାତମାନଙ୍କୁ ଗ୍ଲୋଭସ୍ ଦିଆଯିବ । ମାସ୍କ ନ ଥିଲେ ମାସ୍କ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

eleven + 8 =