ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଖାଇଲେ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀଙ୍କ 5-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଆଜି ସେ ନିଜ ଟିମ ସହ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି । ପ୍ରାଥମିକତା ହେଉଛି ସ୍ୱାସ୍ଥ୍ୟ ସେବା । ତେଣୁ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରିଥିଲେ ।

ସବୁଠୁ ମହତ୍ୱପୂର୍ଣ କଥା ହେଉଛି ସେ ଓ ମୁଖ୍ୟ ଶାସନ ସଚିବ ଏହି ଆହାର କେନ୍ଦ୍ରରେ ଅନ୍ୟ ସାଧାରଣ ଲୋକଙ୍କ ସହ 5ଟଙ୍କିଆ ଖାଦ୍ୟ ଖାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କ ଅର୍ଥର ସରକାର ଚାଲିଛି । ତେଣୁ ଏ ସରକାର ସାଧାରଣ ଲୋକଙ୍କ ପାଇଁ ଓ ଲୋକଙ୍କର । ତେଣୁ ପ୍ରଶାସନ ଲୋକଙ୍କ ନିକଟତର ହେଉ । ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତି ଅନୁଯାୟୀ ଆଜି 5-ଟି ସଚିବ ପ୍ରମାଣିତ କରିଛନ୍ତି ଯେ ସେ ହେଉଛନ୍ତି ଜଣେ ଲୋକାଭିମୁଖୀ ପ୍ରଶାସକ ।

ପୂର୍ବରୁ କଳାହାଣ୍ଡି ହେଉ କି ବ୍ରହ୍ମପୁର ସେ ଯେଉଁଠି କାର୍ଯ୍ୟ କରିଥିଲେ ସେଠି ଏବେବି ଲୋକେ ତାଙ୍କୁ ଝୁରୁଛନ୍ତି । କାରଣ ସେ ଯେଉଁଠି କାର୍ଯ୍ୟ କରିଛନ୍ତି ସେଠି ଲୋକଙ୍କ ପାଇଁ ଓ ଲୋକଙ୍କ ସହ କାମ କରିଛନ୍ତି । ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଲାଇନରେ ଛିଡା ହୋଇ ସେ ଓ ମୁଖ୍ୟ ଶାସନ ସଚିବ ଖାଦ୍ୟ ଥାଳି ସଂଗ୍ରହ କରି ଖାଦ୍ୟ ଗ୍ରହଣ କରିବାରୁ ସେ ଏହି ବାର୍ତ୍ତା ଦେଇଛନ୍ତି ଯେ ଯେତେବଡ଼ ପ୍ରଶାସକ ବା ପଦପଦବୀରେ ରହିଲେ ବି ସାଧାରଣ ଜନତାଙ୍କ ସେବା ହିଁ ମୂଳ ଲକ୍ଷ୍ୟ ।

ଏହି ଖାଦ୍ୟ ପାଇଁ ମୁଖ୍ୟ ଶାସନ ସଚିବ ନିଜେ ଖର୍ଚ୍ଚ କରିଥିଲେ । ଖାଇବା ସମୟରେ ଉଭୟ ଲୋକଙ୍କ ସହ ଖାଦ୍ୟର ମାନ, ସ୍ଵଛତା ଓ କର୍ମଚାରୀଙ୍କ ବ୍ୟବହାର ନେଇ ଲୋକଙ୍କୁ ପଚାରି ବୁଝିଥିଲେ ।

Share

Leave a Reply

Your email address will not be published. Required fields are marked *

three × one =