ଡ୍ରୋନ ଜଗିବ ଗୁରୁପ୍ରିୟା ସେତୁ

ଭୁବନେଶ୍ୱର—ରାଜ୍ୟ ସରକାର ୨ଟି ଡ୍ରୋନ କିଣିବାକୁ ଯାଉଛନ୍ତି । ମାଲକାନଗିରି ଓ କୋରାପୁଟରେ ଡ୍ରୋନକୁ ଗୁରୁପ୍ରିୟା ସେତୁର ସୁରକ୍ଷା ସହିତ ମାଓବାଦିଙ୍କ ଉପରେ ନଜର ରଖିବା କାର୍ଯ୍ୟରେ ଲଗାଯିବ । ଏହା ବ୍ୟତିତ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ମଧ୍ୟ ବ୍ୟବହାର କରାଯିବ ।
ପୁଲିସ ଡିଜି ଶ୍ରୀ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଂମ୍ପର୍କରେ ସୁଚନା ଦେଇ କହିଛନ୍ତି ଯେ ଗୋଟିଏ ଡ୍ରୋନର ଦାମ ୩୦ରୁ ୪୦ଲକ୍ଷ ଟଙ୍କା ହେବ । ପଡୋଶୀ ଆନ୍ଧ୍ରପ୍ରଦେଶରେ ମାଓବାଦିମାନେ ୨ ଟିଡିପି ନେତାଙ୍କୁ ନିର୍ମମ ଭାବରେ ହତ୍ୟା କରିବାପରେ ଓଡିଶାରେ ହାଇଆଲର୍ଟ ଜାରୀ କରାଯାଇଛି । ପ୍ରତି ଜିଲ୍ଲାର ଏସପି ମାନେ ବିଶେଷ କରି ସୀମାନ୍ତ ଜିଲ୍ଲା ଗୁଡିକର ଏସପି ମାନେ ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ କରିବା ସହିତ ମାଓ ଦମନ ଖେତ୍ରରେ ଏସଓପି କୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

1 + three =