ସସପେଣ୍ଡ ହେଲେ IAS ବିଜୟ କେତନ

ଭୁବନେଶ୍ୱର() ଆଇ.ଏ.ଏସ ବିଜୟ କେତନ ଉପାଧ୍ୟାୟ ସସପେଣ୍ଡ । ବିଜୟଙ୍କୁ ସସପେଣ୍ଡ କଲେ ରାଜ୍ୟ ସରକାର । ଆଜି ଲାଂଚ ନେଇ ଧରାପଡିଥିଲେ ବିଜୟ । ଲକ୍ଷେ ଟଙ୍କା ଲାଂଚ ନେଲା ବେଳେ ଧରିଥିଲେ ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ ବିଜୟ । ୨୦୦୯ ବ୍ୟାଚର ଆଇଏଏସ ଥିଲେ ବିଜୟ ।
ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ନିଆଯାଇଥିବା ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା । ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

five × 5 =