ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ପାଳନ ନିମନ୍ତେ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ବୈଠକ

ଭୁବନେଶ୍ୱ() ଆସନ୍ତା ମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନୟନ୍ତୀରୁ ସପ୍ତାହବ୍ୟପୀ କାର୍ୟ୍ୟକ୍ରମ ଆୟୋଜନ ପାଇଁ ବିଜୁ ଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି କାର୍ୟ୍ୟକ୍ରମକୁ ସଫଳକରିବା ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବ ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁÂିତ ହୋଇଯାଇଛି ।

ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତହୋଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଏଥିରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣସଂପାଦକ (ମୂଖ୍ୟାଳୟ) ସଂଜୟ ଦାସ୍ବର୍ମା ଓ ବିଧାୟକ ତଥା ସାଧାରଣ ସଂପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଆଗାମୀ ବିଭିନ୍ନ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏଥିରେ ଯୁବ ବିଜେଡି କାର୍ୟ୍ୟକାରୀ ସଭାପତି ସଂଜିତ ମହାନ୍ତି ରାଜ୍ୟ ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଂଜିତ ମହାପାତ୍ର ଭୁବନେଶ୍ୱ ରବି ଜେଡି ଜିଲ୍ଲାସଭାପତି ଅମରେଶଜେନା, ଯୁବବିଜେଡି ଜୋନ୍ସଭାପତି ଅଶୋକ ସାହୁ ରାଜ୍ୟ ଉପସଭାପତି ପୃଥୀବୀରାଜ୍ସାହୁ, ରାଜକମଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − three =