ଆମେଠୀରୁ ହାରିପାରନ୍ତି ରାହୁଲ

ନୂଆଦିଲ୍ଲୀ()  ନିର୍ବାଚନ ଫଳାଫଳ ପୂର୍ବରୁ ଏଗଜିଟ୍ ପୋଲ ଏନଡିଏକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି। ଯଦି ଏଗଜିଟ୍ ପୋଲକୁ ବିଶ୍ବାସ କରାଯାଏ ତେବେ ଏଗଜିଟ୍ ପୋଲ ରିପୋର୍ଟ ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆମେଠୀରେ ନିର୍ବାଚନ ହାରୁଛନ୍ତି। କେବଳ ରାହୁଲ ନୁହଁନ୍ତି ସପା ନେତା ମୁଲାୟମଙ୍କ ରାସ୍ତା ମଧ୍ୟ ସହଜ ଲାଗୁନି ।

ୟୁପିର ୮୦ଟି ଲୋକସଭା ଆସନରୁ ବିଜେପିକୁ ୬୨ରୁ ୬୮ଟି ସିଟ୍ ମିଳିବାକୁଥିବା ନେଇ ଅନୁମାନ କରାଯାଉଥିବା ବେଳେ ସପା-ବସପା-ଆରଏଲଡି ଖାତାକୁ ଅତିବେଶିରେ ୧୦ରୁ ୧୬ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିଭଳି କଂଗ୍ରେସର କଥା ବିଚାର କରିବା ବେଳେ ଏଠାରେ ଦଳର ନିଜର ୨ଟି ସିଟ୍ ଆମେଠୀ ଓ ରାୟବରେଲୀକୁ ରକ୍ଷା କରିବା ମଧ୍ୟ ଦଳ ପକ୍ଷେ ସମ୍ଭବ ନୁହେଁ ବୋଲି କୁହାଯାଇଛି। ଆମେଠୀରେ ରାହୁଲଙ୍କ ବିରୋଧରେ ବିଜେପିର ସ୍ମୃତି ଇରାନୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସ୍ମୃତି ଓ ରାହୁଲଙ୍କ ମଧ୍ୟରେ ନିର୍ବାଚନରେ କଡା ଟକ୍କର ମଧ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × 5 =