ଭାରତୀୟ ବୋଲି ଜାଣିବା ପରେ ପିଟୁଛନ୍ତି ଯୁକ୍ରେନ ସେନା

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ନିର୍ଯାତନା । ୟୁକ୍ରେନରୁ ଭାରତ ଫେରିବା ପରେ ଏମିତି ନିର୍ଯାତନାର କାହାଣୀ କହିଛନ୍ତି ଭାରତୀୟ ଛାତ୍ର । ୟୁକ୍ରେନରୁ ରୋମାନିଆ ଆସିବା ବେଳେ ସୀମାନ୍ତରେ ୟୁକ୍ରେନ ସେନା ଭାରତୀୟ ବୋଲି ଜାଣିବା ପରେ ନିର୍ଯାତନା ଦେଉଛନ୍ତି । ତାହାକୁ ଆଣ୍ଠେଇ ଦେଉଛନ୍ତି, କାହାକୁ ଧକ୍କା ମାରୁଛନ୍ତି । ଆଉ କାହାକୁ ପିଟୁଛନ୍ତି । ଜାତିସଂଘରେ ୟୁକ୍ରେନ ପ୍ରସଙ୍ଗରେ ଭାରତ ଭୋଟ ଦେବାରୁ ବିରତ ରହିବା କାରଣରୁ ୟୁକ୍ରେନ ଭାରତ ଉପରେ କ୍ଷୁବ୍ଧ ହୋଇଛି । ଏହାର ପ୍ରଭାବ ଭାରତୀୟ ଛାତ୍ରଙ୍କ ଉପରେ ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ୟୁକ୍ରେନରୁ 6 ହଜାର ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଅଣାଗଲାଣି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଉ ଯେଉଁମାନେ ୟୁକ୍ରେନରେ ରହିଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଭାରତୀୟ ବୈଦେଶିକ ମୁଖପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 7 =