ଖାଇବା ତେଲ ଦର ଆକାଶ ଛୁଆଁ

ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ । ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ । ସନଫ୍ଲାୱାର ତେଲ ବି ଆକାଶ ଛୁଆଁ । ସପ୍ତାହକ ମଧ୍ୟରେ ସରିଯିବ ଷ୍ଟକ ରହିଥିବା ତେଲ । ଆମଦାନୀ ନହେଲେ ସ୍ଥିିତି ସଙ୍ଗୀନ ହେବ । ଓଡିଶାକୁ ଦୈନିକ ଦେଢ ହଜାରରୁ ୨ ହଜାର ଟନ୍ ଆମଦାନୀ ହୁଏ । ବାର୍ଷିକ ୬ ଲକ୍ଷ ଟନ୍ ଓଡିଶାକୁ ଆସେ । ଯୁଦ୍ଧ ପାଇଁ ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇଛି । ଭାରତରେ ବାର୍ଷିକ ୧ ଦଶମିକ ୯୦ କୋଟି ଟନ୍ ଆବଶ୍ୟକତା ରହିଛି । ସେଥିରୁ ୧ ଦଶମିକ ୩୦ ଲକ୍ଷ ଟନ୍ ହିସାବରେ ୭୦ ପ୍ରତିଶତ ଆମଦାନୀ ହୁଏ । ୫୦ ପ୍ରତିଶତ ପାମୋଲିନ୍ ,୨୦ ପ୍ରତିଶତ ସନଫ୍ଲାୱାର ଆସିଥାଏ । ୨୩ ଲକ୍ଷ ଟନ୍ ସନଫ୍ଲାୱାର, ୨୪ ଲକ୍ଷ ଟନ୍ ପାମୋଲିନ୍ କେବଳ ୟୁକ୍ରେନରୁ ଆସେ ।

Share

Leave a Reply

Your email address will not be published. Required fields are marked *

twenty + three =